ଜି.ଉଦୟଗିରି : ଗିଡ଼ିପାବାଲିରେ ମାଟି ତଳୁ ମିଳିଲା ଆଉ ଜଣଙ୍କ ମୃତଦେହ । ସକାଳୁ ଏଯାଏ ୩ ଜଣଙ୍କ ମୃତଦେହ ମିଳିଲାଣି । ଗୋଟିଏ ଦିନ ରେସକ୍ୟୁ ଅପରେସନ ସ୍ଥଗିତ ପରେ ଆଜି ପୁଣି ଗିଡ଼ିପାବାଲିରେ ଆରମ୍ଭ ହୋଇଛି ମଣିଷ ଖୋଜା । ୮୦ ଜଣିଆ ଟିମ୍ ଗିଡିପାବାଲି ସ୍ଥିତ ଭୂସ୍ଖଳନ ସ୍ଥଳରେ ମଣିଷ ଖୋଜା ଆରମ୍ଭ କରିଛନ୍ତି । ଏଥିରେ ଟିମ୍କୁ ବଡ଼ ସଫଳତା ମିଳିଛି ।
ଗୁରୁବାର ମାଟି ତଳୁ ୩ ଜଣଙ୍କ ମୃତଦେହ ମିଳିଲାଣି । ଜଣେ ମହିଳା ଏବଂ ଦୁଇ ଜଣ ବାଳକର ମୃତଦେହ ମିଳିଛି । ଭୂମିକା ପ୍ରଧାନ ନାମକ ଜଣେ ମହିଳା, ଅରୁଣ ପ୍ରଧାନ ନାମକ ନାବାଳକ ସହ ଅନ୍ୟ ଜଣେ ନାବାଳକର ମୃତଦେହ ମିଳିଛି ।
ତେବେ ଗୁରୁବାର ସକାଳୁ ୮୦ ଜଣିଆ ଟିମ୍ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ଜି.ଉଦୟଗିରି ତହସିଲଦାର ସମୁଦ୍ର ମିଶ୍ର ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି । ଭୂସ୍ଖଳନ ପରେ ମୋଟ୍ ୧୩ ଜଣ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମିଳିସାରିଲାଣି ।










