29.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶଦିଲ୍ଲୀରେ ଭୁଶୁଡ଼ିଲା ୩ ମହଲା କୋଠା: ୨ ମୃତ

ଦିଲ୍ଲୀରେ ଭୁଶୁଡ଼ିଲା ୩ ମହଲା କୋଠା: ୨ ମୃତ

ନୂଆଦିଲ୍ଲୀ :  ଦିଲ୍ଲୀର ଚାନ୍ଦନୀ ଚୌକ୍‌ ଅଞ୍ଚଳରେ ଭୟଙ୍କର ଅଘଟଣ । ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ତିନି ମହଲା କୋଠା । ଏଥିରେ ଦୁଇ ଜଣଙ୍କ ଜୀବନ ଯାଇଛି । ଆଉ ୬ ଜଣ ଭଗ୍ନାବଶେଷ ତଳେ ଫସିଥିବା ଆଶଙ୍କା ରହିଛି । ଆଜି ସକାଳେ ଚାୱଡ଼ି ବଜାର ମେଟ୍ରୋ ଷ୍ଟେସନ ନିକଟ ପାଇୱାଲାନ୍‌ ଅଞ୍ଚଳରେ ଘଟିଛି ଏହି ଦୁର୍ଘଟଣା । ସକାଳ ପ୍ରାୟ ୯ଟା ୫୦ରେ ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଖବର ମିଳିଥିଲା । ଖବର ପାଇବା ପରେ ପ୍ରଥମେ ଉଦ୍ଧାରକାରୀ ଦଳ ପହଞ୍ଚିଥିଲେ। ପରେ ଅଧିକ କର୍ମଚାରୀ ଓ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଥିଲା । ଏବେ ମୋଟ ୬ଟି ଅଗ୍ନିଶମ ୟୁନିଟ୍‌ ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି ।ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସକାଳ ପ୍ରାୟ ୯ଟାରୁ ୯ଟା ୩୦ ମଧ୍ୟରେ ହଠାତ୍‌ ଜୋର୍‌ରେ ଶବ୍ଦ ହୋଇଥିଲା । ବାହାରକୁ ଆସି ଦେଖିବାବେଳକୁ ପାଖରେ ନିର୍ମାଣ ହେଉଥିବା କୋଠାଟି ଭୁଶୁଡ଼ି ପଡ଼ିଥିଲା । ସେଠାରେ ୩ରୁ ୪ ଜଣ ଶ୍ରମିକ କାମ କରୁଥିବା ଜଣେ ଆହତ ଶ୍ରମିକଙ୍କଠାରୁ ସେମାନେ ଜାଣିବାକୁ ପାଇଥିବା କହିଛନ୍ତି ।ସବୁଠାରୁ ବଡ଼ ସମସ୍ୟା ହେଉଛି, ଘଟଣାସ୍ଥଳକୁ ଯାଇଥିବା ରାସ୍ତା ମାତ୍ର ୪ ଫୁଟ ଚଉଡ଼ା । ତେଣୁ ବଡ଼ ମେସିନ୍‌ ଭିତରକୁ ଯାଇପାରୁନାହିଁ । ଫଳରେ ଉଦ୍ଧାର କାର୍ଯ୍ୟ ମାନୁଆଲ୍‌ ଭାବେ ଚାଲିଛି । ଭଗ୍ନାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ଖୋଜାଖୋଜି ଜାରି ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking