30.1 C
Bhubaneswar
Thursday, November 5, 2026
Homeଦେଶ ବିଦେଶନିୟନ୍ତ୍ରଣ ହରାଇ ପାଣିରେ ଖସିଲା ହେଲିକପ୍ଟର: ଜଣେ ମୃତ, ୨ ଆହତ

ନିୟନ୍ତ୍ରଣ ହରାଇ ପାଣିରେ ଖସିଲା ହେଲିକପ୍ଟର: ଜଣେ ମୃତ, ୨ ଆହତ

ନୂଆଦିଲ୍ଲୀ : ଆମେରିକାର ଫ୍ଲୋରିଡାରେ ବିମାନ ଦୁର୍ଘଟଣାର ଧାରା ଜାରି ରହିଛି। ଗୁରୁବାର ସକାଳେ ମିଆମି ନିକଟସ୍ଥ ବିସ୍କେନ୍ ବେରେ ଏକ ହେଲିକପ୍ଟର ପାଣିରେ ଖସିପଡ଼ିବାରୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଦୁଇଜଣ ଆହତ ହୋଇଛନ୍ତି। ଏହି ଘଟଣା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆମେରିକା ତଟରକ୍ଷୀ ବାହିନୀର ସୂଚନା ଅନୁଯାୟୀ, ସକାଳେ ମିଆମି ଏକଜିକ୍ୟୁଟିଭ୍ ବିମାନବନ୍ଦରର ପୂର୍ବ ଦିଗରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ମୋଟ ତିନି ଜଣ ଥିଲେ।ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ଆମେରିକା ତଟରକ୍ଷୀ ବାହିନୀ, ମିଆମି-ଡେଡ୍ ଅଗ୍ନିଶମ ଉଦ୍ଧାରକାରୀ ଦଳ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି, ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି ରବିନସନ୍ ଆର୍-୪୪-୨ ଥିଲା। ସନ୍ଦେହ କରାଯାଉଛି, ହେଲିକପ୍ଟରଟି ଫଟୋଗ୍ରାଫି ପାଇଁ ଉଡ଼ାଣ କରୁଥିଲା। ତେବେ ଦୁର୍ଘଟଣାର ସଠିକ୍ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଜାତୀୟ ପରିବହନ ସୁରକ୍ଷା ବୋର୍ଡ ଏକ ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking