ବୈଧୀକରଣ କରିବାର ସମୟସୀମା ନଭେମ୍ବର ୮କୁ ବୃଦ୍ଧି
ଭୁବନେଶ୍ୱର: ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ (CPSE-2024) ଅନ୍ତର୍ଗତ ଉପ-ନିରୀକ୍ଷକସ୍ତରୀୟ ପରୀକ୍ଷା ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କ ନିମନ୍ତେ ନିଜର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନତଥା ବୈଧୀକରଣ କରିବାର ସମୟସୀମାକୁ ଆଉ ୧୦ ଦିନ ବୃଦ୍ଧି କରାଯାଇଛି । ଏବେ ପ୍ରାର୍ଥୀମାନେ ଆସନ୍ତା ନଭେମ୍ବର ୮ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରିପାରିବେ । ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗ (OUSSSC) ପକ୍ଷରୁ ସମସ୍ତ ପ୍ରାର୍ଥୀଙ୍କୁ, ବିଶେଷତଃ ବୟସ କୋହଳ ବ୍ୟବସ୍ଥା ଅନ୍ତର୍ଗତ ଯୋଗ୍ୟ ପ୍ରାର୍ଥୀଙ୍କ ସମେତ,ଯେଉଁମାନେ ୨୦୨୫ ମସିହାରେ ବିଜ୍ଞାପିତ ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ (CPSE-2024) [ଉପ-ନିରୀକ୍ଷକ ସ୍ତରୀୟ ପରୀକ୍ଷା] ପାଇଁ ଆବେଦନ କରିଥିଲେ, ସେମାନଙ୍କୁ ଆୟୋଗଙ୍କ ୱେବସାଇଟ୍ https://ousssc.odisha.gov.in ରେ ନିଜର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ/ ବୈଧୀକରଣ କରିବାର ଶେଷ ତାରିଖ ଆଉ ୧୦ (ଦଶ) ଦିନ ବୃଦ୍ଧି କରାଯାଇ ତା ୦୮.୧୧.୨୦୨୬ ରିଖ ରାତି ୧୦.୦୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ଜଣାଇ ଦିଆଯାଇଛି । ସମସ୍ତ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଆୟୋଗଙ୍କ ୱେବସାଇଟ୍ରେ ଲଗ୍ଇନ୍ କରି ଧାର୍ଯ୍ୟ ସମୟସୀମା ମଧ୍ୟରେ ନିଜର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ/ ବୈଧୀକରଣ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଅଦ୍ୟତନ/ ବୈଧୀକରଣ କରାଯାଇଥିବା ତଥ୍ୟ CPSE-2024 ପରୀକ୍ଷାର ପରବର୍ତ୍ତୀ ସମସ୍ତ ପର୍ଯ୍ୟାୟ ପାଇଁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ । ପ୍ରାର୍ଥୀମାନଙ୍କର ପ୍ରମାଣପତ୍ର ଓ ତଥ୍ୟ ଅଦ୍ୟତନ/ ବୈଧୀକରଣ କରିବା ପାଇଁ ଏହା ଶେଷ ସୁଯୋଗ । କୌଣସି ପରିସ୍ଥିତିରେ ଏହି ସମୟସୀମା ବୃଦ୍ଧି କରାଯିବ ନାହିଁ । ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ନକରିଥିବା ପ୍ରାର୍ଥୀମାନେ ଏଥିଯୋଗୁଁ ଉପୁଜିବାକୁ ଥିବା ପରିଣାମ ପାଇଁ ନିଜେ ଦାୟୀ ରହିବେ ବୋଲି କମିଶନ ତରଫରୁ ସ୍ପଷ୍ଟ କରାଯାଇଛି । ଶେଷ ମୁହୂର୍ତ୍ତରେ କୌଣସି ଅସୁବିଧା ଏଡ଼ାଇବା ପାଇଁ ପ୍ରାର୍ଥୀମାନଙ୍କୁ ଧାର୍ଯ୍ୟ ସମୟସୀମା ପୂର୍ବରୁ ଏହି ପ୍ରକ୍ରିୟା ସମାପ୍ତ କରିବାକୁ ପରାମର୍ଶ ଦିଆଯାଉଛି । ଏ ସଂପର୍କରେ କମିଶନଙ୍କ ନିର୍ଦ୍ଦେଶ କ୍ରମେ ସଚିବ, ଓଡିଶା ୟୁନିଫର୍ମଡ୍ ସେବା କର୍ମଚାରୀ ଚୟନ ଆୟୋଗଙ୍କ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।










