30.1 C
Bhubaneswar
Thursday, October 29, 2026
Homeଦେଶ ବିଦେଶଆମେରିକାର ପରମାଣୁ କେନ୍ଦ୍ରରେ ନିଆଁ: ବନ୍ଦ ହେଲା ପ୍ରବେଶ ପଥ

ଆମେରିକାର ପରମାଣୁ କେନ୍ଦ୍ରରେ ନିଆଁ: ବନ୍ଦ ହେଲା ପ୍ରବେଶ ପଥ

ନୂଆଦିଲ୍ଲୀ : ଆମେରିକାର ପରମାଣୁ କେନ୍ଦ୍ରରେ ଅଗ୍ନିକାଣ୍ଡକୁ ନେଇ ହଇଚଇ । ଦକ୍ଷିଣ କାରୋଲିନାରେ ଥିବା ସାଭାନା ରିଭର ଜାତୀୟ ପରୀକ୍ଷାଗାରରେ ନିଆଁ ଲାଗିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଘଟଣା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପରୀକ୍ଷାଗାରର ପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେବେ ଆଶ୍ୱସ୍ତିର କଥା ହେଉଛି, ପ୍ରଭାବିତ କୋଠା ବାହାରକୁ ରେଡିଓଆକ୍ଟିଭ୍ ବା ତେଜସ୍କ୍ରିୟ ପଦାର୍ଥ ବ୍ୟାପିଥିବାର କୌଣସି ରିପୋର୍ଟ ମିଳିନାହିଁ। ସୂଚନା ଅନୁଯାୟୀ, ଆଇକେନ୍ ସହର ନିକଟରେ ଥିବା ସାଭାନା ରିଭର ସାଇଟ୍ କମ୍ପ୍ଲେକ୍ସର ଏକ ପରୀକ୍ଷାଗାରରେ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ତୁରନ୍ତ ଜରୁରୀକାଳୀନ ଟିମ୍ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାୟ ଦୁଇ ଘଣ୍ଟାର ଉଦ୍ୟମ ପରେ ନିଆଁକୁ ଆୟତ୍ତ କରାଯାଇଥିବା ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।ଅନ୍ୟପଟେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପରୀକ୍ଷାଗାରକୁ ପ୍ରବେଶ ଓ ବାହାରକୁ ଯିବା ଉପରେ କଟକଣା ଲଗାଯାଇଛି । ଏହା ସହ ପରିସର ଚାରିପାଖରେ ରେଳ, ନଦୀ ଓ ବିମାନ ଚଳାଚଳକୁ ମଧ୍ୟ ସୀମିତ କରାଯାଇଛି । ସ୍ଥାନୀୟ ଲୋକଙ୍କୁ ରେଡିଓ ଓ ଟେଲିଭିଜନ ମାଧ୍ୟମରେ ଜାରି ହେଉଥିବା ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking