25.1 C
Bhubaneswar
Thursday, October 29, 2026
Homeଦେଶ ବିଦେଶମୋଦୀଙ୍କୁ ଭାରତ ରତ୍ନ ମିଳୁ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କଲେ ବିଜେପି ସାଂସଦ

ମୋଦୀଙ୍କୁ ଭାରତ ରତ୍ନ ମିଳୁ: ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଅନୁରୋଧ କଲେ ବିଜେପି ସାଂସଦ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଭାରତ ରତ୍ନ’ ମିଳୁ। ସେ ଏଥିପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। ଏଭଳି ମନ୍ତବ୍ୟ ଦେଇ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଞ୍ଜାବର ବିଜେପି ରାଜ୍ୟସଭା ସାଂସଦ ବିକ୍ରମଜିତ ସିଂହ ସାହାଣୀ ଅନୁରୋଧ କରିଛନ୍ତି। ସାହାଣୀ କହିଛନ୍ତି ଯେ, ଯଦିଓ ପୂର୍ବରୁ ଅନେକ ପ୍ରଧାନମନ୍ତ୍ରୀ ଏହି ସମ୍ମାନ ପାଇଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରକୃତରେ ଏଥିପାଇଁ ଅଧିକ ଯୋଗ୍ୟ। ସେ ଭାରତର ପ୍ରତିଛବିକୁ ସମ୍ପୂର୍ଣ୍ଣ ଭାବରେ ପରିବର୍ତ୍ତନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ୨୫ ବର୍ଷର ଜନସେବା ଦେଶ ପ୍ରତି ଅସାଧାରଣ ସମର୍ପଣ ଏବଂ ପ୍ରତିବଦ୍ଧତାର ଏକ ଯାତ୍ରା। ଭାରତ ପ୍ରତି ତାଙ୍କର ବିଶ୍ୱସ୍ତତା, ସମର୍ପଣ ଏବଂ ନିଃସ୍ୱାର୍ଥପର ସେବାକୁ ଦୃଷ୍ଟିରେ ରଖି ମୁଁ ବିଶ୍ୱାସ କରେ ଯେ, ସେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତ ରତ୍ନ ପାଇବାକୁ ଯୋଗ୍ୟ ବୋଲି ସେ କହିଛନ୍ତି।ପଣ୍ଡିତ ଜବାହରଲାଲ ନେହେରୁ ଭାରତ ରତ୍ନ ପାଇବାରେ ହେଉଛନ୍ତି ପ୍ରଥମ ପ୍ରଧାନମନ୍ତ୍ରୀ। ତାଙ୍କୁ ୧୯୫୫ ମସିହାରେ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking