25.1 C
Bhubaneswar
Thursday, October 29, 2026
Homeଓଡିଶାବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୩ ଟ୍ରେନ୍ ବାତିଲ, ୬ଟିର ଦିଗ ପରିବର୍ତ୍ତନ

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ୩ ଟ୍ରେନ୍ ବାତିଲ, ୬ଟିର ଦିଗ ପରିବର୍ତ୍ତନ

ଭୁବନେଶ୍ୱର : ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଗଞ୍ଜାମ ଜିଲ୍ଲାର ବାଘଲତି ଡ୍ୟାମ୍ରେ ଜଳସ୍ତର ବିପଦ ସଂକେତ ଉପରେ ରହିଥିବାବେଳେ ଇଚ୍ଛାପୁରମ୍ ରେଳ ଓଭରବ୍ରିଜ୍ ଉପରେ ମଧ୍ୟ ଜଳସ୍ତର ବିପଦ ସଂକେତ ଟପିଛି । ଏହାକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ପାଇଁ ଟେ୍ନ୍ ଚଳାଚଳ ବନ୍ଦ ରଖାଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଇଷ୍ଟ କୋଷ୍ଟ ରେଲୱେ ସିପିଆରଓ ଦୀପକ ରାଉତ ସୂଚନା ଦେଇଛନ୍ତି।ବାତ୍ୟା ପ୍ରଭାବରେ ପଲାସାକୁ ଯାଉଥିବା ୩ଟି ଟ୍ରେନ୍ ବାତିଲ କରାଯାଇଥିବାବେଳେ ୪ଟି ଟ୍ରେନ୍‌ର ଯାତ୍ରା ଆଗୁଆ ଶେଷ କରାଯାଇଛି। ଏଥିସହ ୮ଟି ଟ୍ରେନ୍‌ର ଲୋକେସନ୍ କଣ୍ଟ୍ରୋଲ୍ କରାଯାଇଥିବାବେଳେ ୬ଟି ଟ୍ରେନ୍‌ର ଗତିପଥ ପରିବର୍ତ୍ତନ କରାଯାଇଛି।

ଇଷ୍ଟ କୋଷ୍ଟ ରେଲୱେର ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ଦିଆଯାଇଛି। ତେବେ ଜଳସ୍ତର ଅଧିକ ଥିବାରୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବନ୍ଦ ରଖାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ଜଳସ୍ତର ହ୍ରାସ ପାଇଲେ ରେଳ ଚଳାଚଳ ସ୍ୱାଭାବିକ ହେବାର ସମ୍ଭାବନା ରହିଛି । ଯାତ୍ରୀଙ୍କ ଅଭିଯୋଗ ଓ ସମସ୍ୟାର ସମାଧାନ ପାଇଁ ସୋସିଆଲ୍ ମିଡିଆ ଏବଂ ଅନଲାଇନ୍ ମାଧ୍ୟମରେ ଅଭିଯୋଗ ଗ୍ରହଣ କରାଯାଉଛି। ଯାତ୍ରୀଙ୍କ ସୁରକ୍ଷା ଇଷ୍ଟ କୋଷ୍ଟ ରେଲୱେର ପ୍ରଥମ ପ୍ରାଥମିକତା ହୋଇଥିବାରୁ ପରିସ୍ଥିତି ଉପରେ ନଜର ରଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking