30.1 C
Bhubaneswar
Thursday, October 29, 2026
HomeଓଡିଶାOPSC ପରୀକ୍ଷା ଘୁଞ୍ଚାଇବାକୁ ସାଂସଦଙ୍କ ଚିଠି

OPSC ପରୀକ୍ଷା ଘୁଞ୍ଚାଇବାକୁ ସାଂସଦଙ୍କ ଚିଠି

ଭୁବନେଶ୍ୱର: ବାତ୍ୟା ପରେ ଦକ୍ଷିଣ ଓଡ଼ିଶାରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ। ଏଭଳି ସ୍ଥିତିରେ ପରୀକ୍ଷାର୍ଥୀଙ୍କ ଚିନ୍ତା ବଢ଼ାଇଛି ଓପିଏସ୍‌ସି ମେନ୍ ପରୀକ୍ଷା । ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଓପିଏସ୍‌ସି ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା । ଆସନ୍ତା ୩୧ ତାରିଖରେ ଜୟପୁରରେ ହେବାକୁ ଥିବା ଓପିଏସ୍‌ସି ପରୀକ୍ଷାକୁ ଘୁଞ୍ଚାଇବା ପାଇଁ ସେ ଓପିଏସ୍‌ସି ଅଧ୍ୟକ୍ଷ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଅନୁରୋଧ କରିଛନ୍ତି ।ସାଂସଦଙ୍କ କହିବା ଅନୁସାରେ, ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ କ୍ଷୟକ୍ଷତି ହୋଇଛି। ବିଶେଷକରି କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବାରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।

ଏଭଳି ପରିସ୍ଥିତିରେ ପରୀକ୍ଷା କରାଗଲେ ଅନେକ ପରୀକ୍ଷାର୍ଥୀ ଅସୁବିଧାରେ ପଡ଼ିବା ଆଶଙ୍କା ରହିଛି । ତେଣୁ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ସାଂସଦ ଅନୁରୋଧ କରିଛନ୍ତି । ସୂଚନାଯୋଗ୍ୟ, ବାତ୍ୟା ଯୋଗୁଁ ପୂର୍ବରୁ ମଧ୍ୟ ଦୁଇଟି ପରୀକ୍ଷାର ତାରିଖ ଘୁଞ୍ଚାଯାଇଥିଲା । ଏବେ ଜୟପୁରରେ ହେବାକୁ ଥିବା ପରୀକ୍ଷାକୁ ନେଇ ମଧ୍ୟ ଦାବି ଉଠିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking