25.1 C
Bhubaneswar
Wednesday, October 28, 2026
Homeଓଡିଶା୧୮ରୁ ବିଧାନସଭାର ଶୀତ ଅଧିବେଶନ

୧୮ରୁ ବିଧାନସଭାର ଶୀତ ଅଧିବେଶନ

ଡିସେମ୍ବର ୩୧ ଯାଏଁ ଚାଲିବ, ରହିଛି ୩୩ଟି କାର୍ଯ୍ୟଦିବସ
ପ୍ରଥମ ଦିନ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର: ବିଧାନସଭାର ଶୀତ ଅଧିବେଶନ ଆସନ୍ତା ନଭେମ୍ବର୧୮ରୁ ଆରମ୍ଭ ହେବ। ଯାହା ଡିସେମ୍ବର ୩୧ ତାରିଖ ଯାଏଁ ଚାଲିବ। ଅଧିବେଶନର ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷରେ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରିବେ। ଏହା ଉପରେ ନଭେମ୍ବର ୨୫ରୁ ୨୭ ମଧ୍ୟରେ ସାଧାରଣ ଆଲୋଚନା ହେବ। ନଭେମ୍ବର ୩୦ରେ ଆପ୍ରୋପିଏସନ ବିଲ୍ ଆଗତ ହୋଇ ପାରିତ ହେବ। ଗୃହକୁ ଶାନ୍ତି ଶୃଙ୍ଖଳାର ସହ ଚଳାଇବା ପାଇଁ ବାଚସ୍ପତି ସୁରମା ପାଢ଼ୀ ଖୁବ୍‌ଶୀଘ୍ର ସର୍ବଦଳୀୟ ବୈଠକ ଡାକିବେ।

ତ୍ରିସ୍ତରୀୟ କଡ଼ା ସୁରକ୍ଷା ଭିତରେ ହେବାକୁ ଥିବା ଏଥର ଶୀତ ଅଧିବେଶନରେ ୩୩ଟି କାର୍ଯ୍ୟଦିବସ ରହିଛି। ସେହିପରି ୧୧ଦିନ ଛୁଟି ଦିସବ ରହିଛି। ପ୍ରଥମ ଦିନ ଅର୍ଥାତ ନଭେମ୍ବର ୧୮ରେ ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନା ହେଉଥିବାବେଳେ, ୨୦ରେ ବେସରକାରୀ କାର୍ଯ୍ୟ ଦିବସ ଭାବେ ଦିନ ଧାର୍ଯ୍ୟ ହୋଇଛି। ସେହିପରି ନଭେମ୍ବର ୨୩ରୁ ୩୦ ଏବଂ ଡିସେମ୍ବର ୧ରୁ ୩୧ ମଧ୍ୟରେ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବି ଉପରେ ଆଲୋଚନା ସହ ବିଲ୍ ପାରିତ ହେବ।

ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ସୁରୁଖୁରୁରେ ଚାଲି ପାରି ନଥିଲା। ଧାର୍ଯ୍ୟ ସମୟ ପୂର୍ବରୁ ଗୃହକୁ ବନ୍ଦ କରିଥିଲେ ବାଚସ୍ପତି ସୁରମା ପାଢ଼ୀ। ଏଥର ବି ବିରୋଧୀ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବାର ଯଥେଷ୍ଟ ସମ୍ଭାବନା ରହିଛି। ଶାସକ ଦଳ କେମିତି ବିରୋଧୀଙ୍କୁ ମୁକାବିଲା କରିବ ତାହା ଦେଖିବା କଥା। ମାତ୍ର ପ୍ରଥମ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କାରଣରୁ ଅଧିବେଶନର ଗୁରୁତ୍ୱ ଅନେକ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking