25.1 C
Bhubaneswar
Wednesday, October 28, 2026
HomeଓଡିଶାSGFI ରଗବୀ ପ୍ରତିଯୋଗିତା: ୧୭ ବର୍ଷରୁ କମ୍ ବାଳିକା ଦଳ ଚମ୍ପିୟାନ

SGFI ରଗବୀ ପ୍ରତିଯୋଗିତା: ୧୭ ବର୍ଷରୁ କମ୍ ବାଳିକା ଦଳ ଚମ୍ପିୟାନ

ଭୁବନେଶ୍ୱର: ନୂଆଦିଲ୍ଲୀର ତ୍ୟାଗରାଜ ଷ୍ଟାଡିୟମଠାରେ ଅକ୍ଟୋବର ୨୬ ରୁ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ SGFI ଜାତୀୟ ବିଦ୍ୟାଳୟସମୂହ ରଗବୀ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୭ ବର୍ଷରୁ କମ୍ ରଗବୀ (Rugby) ପ୍ରତିଯୋଗିତାରେ ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଅଂଶଗ୍ରହଣ କରିଥିବା ଓଡ଼ିଶା ୧୭ ବର୍ଷରୁ କମ୍ ବାଳିକା ରଗବୀ ଦଳ ଫାଇନାଲ ମ୍ୟାଚରେ ବିହାରକୁ ୧୨-୦ ସ୍କୋରରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ୧୭ ବର୍ଷରୁ କମ୍ ବାଳକ ବିଭାଗରେ ଓଡ଼ିଶା ଦଳ କଡ଼ା ପ୍ରତିଦ୍ୱନ୍ଦ୍ୱିତା କରି ଫାଇନାଲରେ ପହଞ୍ଚିଥିଲା । ବିହାର ଠାରୁ ୧୨-୭ ଗୋଲ ବ୍ୟବଧାନରେ ପରାସ୍ତ ହୋଇ ଦଳ ରୌପ୍ୟ ପଦକ ସହ ଉପବିଜେତା (Runner-up) ହୋଇଛି । ଓଡ଼ିଶାର ଏହି ଅସାଧାରଣ ବିଜୟ ପାଇଁ ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ଆୟୁକ୍ତ ତଥା ଶାସନ ସଚିବ ଏବଂ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟର ନିର୍ଦେଶକ ସମସ୍ତ ବିଜେତା ଖେଳାଳି, ଟିମ୍ ମ୍ୟାନେଜର ଏବଂ କୋଚ୍ ମାନଙ୍କୁ ସାଧୁବାଦ ଓ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking