29.1 C
Bhubaneswar
Sunday, October 25, 2026
Homeଦେଶ ବିଦେଶଭୟଙ୍କର ସଡ଼କ ଦୁର୍ଘଟଣା, ୩ ମୃତ

ଭୟଙ୍କର ସଡ଼କ ଦୁର୍ଘଟଣା, ୩ ମୃତ

ରାଜସ୍ଥାନ: ରାଜସ୍ଥାନର ଜୟପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୨୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହ ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ସୂଚନାନୁଯାୟୀ, ଲୋକମାନେ ମହାରାଷ୍ଟ୍ରର ନାସିକରୁ ସାନୱାରିଆ ସେଠଙ୍କୁ ଦର୍ଶନ କରିବାକୁ ଯାଉଥିଲେ । ଏକ ଟ୍ରାଭେଲ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ବାଗ୍ରୁ କଲଭର୍ଟ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ବସରେ ମୋଟ୍ ୨୮ ଜଣ ଯାତ୍ରୀ ଥିଲେ । ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଓ ୨୫ ଜଣ ଆହତ ହୋଇଥିଲେ । ଯାହା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା । ଅନ୍ୟପଟେ ପୋଲିସ ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କର ଚିକିତ୍ସା ଜାରି ରହିଛି । ପୋଲିସ ଘଟଣାସ୍ଥଳ ଯାଞ୍ଚ କରୁଛି । ଦୁର୍ଘଟଣାର କାରଣ ନିର୍ଣ୍ଣୟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking