31.1 C
Bhubaneswar
Monday, October 26, 2026
Homeଓଡିଶାନିଖୋଜ ଶିଶୁକନ୍ୟା ଉଦ୍ଧାର: ସନ୍ଦିଗ୍ଧ ଯୁବକ ଅଟକ

ନିଖୋଜ ଶିଶୁକନ୍ୟା ଉଦ୍ଧାର: ସନ୍ଦିଗ୍ଧ ଯୁବକ ଅଟକ

ବାରିପଦା: ଘର ଆଗରୁ ନିଖୋଜ ସାଢ଼େ ଚାରି ବର୍ଷର ଶିଶୁକନ୍ୟାସୁରକ୍ଷିତ ଭାବେ ଉଦ୍ଧାର ହୋଇଛିl ଶିଶୁଟିକୁ ଛାଡ଼ି ଫେରାର ହେବାକୁ ଉଦ୍ୟମ କରୁଥିବା ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ପୁଲିସଜିମା ଦେଇଛନ୍ତି।

ବାରିପଦା ପୌରାଞ୍ଚଳ ୧୮ ନମ୍ବର ୱାର୍ଡ ଅନ୍ତର୍ଗତ ଯମୁନାଦେଇପୁରରେ ଭଡ଼ାରେ ରହୁଥ‌ିବା ବିଏସଏଫ ଯବାନ ସୁନିଲ ସୋରେନ ଓ ଚାନ୍ଦମଣୀ ସୋରେନଙ୍କ ଝିଅ ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଟ୍ୟୁସନରୁ ଫେରି ଘର ସାମ୍ନା ବାଲିଗଦା ନିକଟରେ ଖେଳୁଥିଲା ଏହି ସମୟରେ ମାଆ ଘର ଭିତରକୁ ରୋଷେଇ କରିବାକୁ ଯାଇଥିବା ବେଳେ ଶିଶୁଟି ଅଚାନକ ନିଖୋଜ ହୋଇଯାଇଥିଲା ବହୁ ଖୋଜାଖୋଜି ପରେ ମଧ୍ୟ ସନ୍ଧାନ ନମିଳିବାରୁ ପରିବାର ଲୋକେ ଭଞ୍ଜପୁର ଥାନାରେ ଅଭିଯୋଗ ଦାୟର କରିଥିଲୋ ଅଭିଯୋଗକୁ ଭିତ୍ତି କରି ପୁଲିସ ୩ଟି ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା

ସୋମବାର ସକାଳେ ଜଣେ ଅଜଣା ଯୁବକ ଶିଶୁଟିକୁ ଘର ପଛପଟେ ଛାଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ସନ୍ଦେହରେ କାବୁ କରିଥିଲୋ ତୁରନ୍ତ ପରିବାର ଓ ପୁଲିସକୁ ଖବର ଦିଆଯାଇଥିଲା ପୁଲିସ ତଦନ୍ତ ଭୟରେ ଯୁବକ ଜଣକ ଶିଶୁଟିକୁ ଫେରାଇ ଦେଇଥିବା ଅନୁମାନ କରାଯାଉଛି। ଉଦ୍ଧାର ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ତାଙ୍କ ପରିଚୟ ଓ ଅପହରଣ ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଜାରି ରଖିଛି l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking