ଭୁବନେଶ୍ୱର : ବଙ୍ଗୋପସାଗରରେ ବଳ ଗୋଟାଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଅର୍ଣ୍ଣବ’। ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୬୦ରୁ ୮୦ କିମି ବେଗରେ ପବନ ବହିବ ବୋଲି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ଝଟକା ପବନର ବେଗ ୯୦ କି.ମି ପର୍ଯ୍ୟନ୍ତ ରହିବ ବୋଲ IMD ଡିଜି କହିଛନ୍ତି।
ଏପରିକି ବାତ୍ୟା ୨୮ ତାରିଖ ପୂର୍ବାହ୍ନରେ ବାପଟଲା-ବିଶାଖାପାଟଣା ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ସେ କହିଛନ୍ତି। ୟାନମ ଓ କାକିନାଡ଼ା ପାଶର୍ବ ଦେଇ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ।
ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୫ରୁ ୧୨୫ କିମି ରହିବ। ଝଟ୍କା ପବନର ବେଗ ୧୪୦ କିମି ପର୍ଯ୍ୟନ୍ତ ଯାଇପାରେ। ୨୭ ତାରିଖ ସା କିମ୍ବା ରାତିରୁ ଓଡ଼ିଶାରେ ବର୍ଷା ହେବ। ୨୮ ତାରିଖରେ ଅତି ପ୍ରବଳ ଓ କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ ବୋଲି IMD ଡିଜି କହିଛନ୍ତି। ୨୯ ବେଳକୁ ବାତ୍ୟା ଗଭୀର ଅବପାତ ହୋଇ ଛତିଶଗଡ଼ ଆଡକୁ ମୁହାଇବ। ୩୦ ତାରିଖ ସକାଳ ବେଳକୁ ବାତ୍ୟାର ପ୍ରଭାବ କମି ଯିବ ବୋଲି IMD ଡିଜି ସୂଚନା ଦେଇଛନ୍ତି।










