30.1 C
Bhubaneswar
Monday, October 26, 2026
Homeଓଡିଶାଭୋଗ ଖାଇବାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

ଭୋଗ ଖାଇବାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ବର : ମନ୍ଦିର ବେଢ଼ାରେ ଭୋଗ ଖାଇବାକୁ ନେଇ ଦୁଇ ଗାଁ ମଧ୍ୟରେ ଗଣ୍ଡଗୋଳ। ବଡ଼ ରଘୁନାଥପୁର ଓ ମଦନପୁର ଗାଁ ମଧ୍ୟରେ ଏହି ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ଲହୁଲୁହାଣ ହୋଇଛନ୍ତି ଏକାଧିକ ଲୋକ। ଭୋଗ ଖାଇବାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବିବାଦ ଉଗ୍ରରୂପ ନେବା ପରେ ଉଭୟ ପକ୍ଷ ମଧ୍ୟରେ ଲାଠିମାଡ଼ ଓ ଢେଲାମାଡ ହୋଇଥିବା ଅଭିଯୋଗ ହୋଇଛି।

ସୋମବାର ମଧ୍ୟାହ୍ନ ସମୟରେ ମଦନପୁର ଗାଁରେ ପୂଜା ଚାଲିଥିଲା । ଏହି ପୂଜା ପରେ ଚାଲିଥିଲା ପ୍ରସାଦ ବଣ୍ଟନ । ହଠାତ ଏହି ଭୋଗ ବଣ୍ଟାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ପରବର୍ତ୍ତୀ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିଲା। ଏଥିରେ ଏକାଧିକ ଆହତ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ଇନଫୋଭ୍ୟାଲି ଥାନା ପୋଲିସ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ସ୍ଥିତି ନିୟନ୍ତ୍ରଣ ଓ ଘଟଣାର ତଦନ୍ତ ନେଇ ପୋଲିସର ପଦକ୍ଷେପ ଉପରେ ନଜର ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking