30.1 C
Bhubaneswar
Monday, October 26, 2026
Homeଓଡିଶାବାତ୍ୟା ‘ଅର୍ଣ୍ଣବ’କୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ

ବାତ୍ୟା ‘ଅର୍ଣ୍ଣବ’କୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ

ଭୁବନେଶ୍ୱର : ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ । ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛି ପ୍ରଶାସନ । ବାତ୍ୟା ଆଶ୍ରୟସ୍ଥଳୀରେ କିଭଳି ରହିଛି ବ୍ୟବସ୍ଥା? ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କେତେ ପ୍ରସ୍ତୁତ ପ୍ରଶାସନ? ଏସବୁର ଯାଞ୍ଚ କରିଛନ୍ତି ନିଜେ ଜିଲ୍ଲାପାଳ । ଆଜି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ ଗୋପାଳପୁରରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି । ସେଠାରେ ରହିଥିବା ବିଭିନ୍ନ ଜରୁରୀକାଳୀନ ସୁବିଧା ଓ ସରଞ୍ଜାମର ସ୍ଥିତି ପରଖିଛନ୍ତି। ବିଶେଷ କରି ମେଡିସିନ୍, ଡାକବାଜି ଯନ୍ତ୍ର, ଆଲୋକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଠିକ୍ ଭାବେ ରହିଛି କି ନାହିଁ, ତାହା ଯାଞ୍ଚ କରିଛନ୍ତି ଜିଲ୍ଲାପାଳ ।ବାତ୍ୟା ସମୟରେ ଲୋକଙ୍କୁ ଆଶ୍ରୟ ଦେବା ସହ ଜରୁରୀ ସେବା ଯୋଗାଇବାରେ ଯେପରି କୌଣସି ଅବହେଳା ନହୁଏ, ସେଥିପାଇଁ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି । ସେପଟେ, ଗୋପାଳପୁରର ଆଶ୍ରୟସ୍ଥଳୀ ପରିଦର୍ଶନ ପରେ ଜିଲ୍ଲାର ଅନ୍ୟାନ୍ୟ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ବୁଲି ଦେଖିବାକୁ ଜିଲ୍ଲାପାଳଙ୍କ କାର୍ଯ୍ୟକ୍ରମ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking