30.1 C
Bhubaneswar
Monday, October 26, 2026
Homeଓଡିଶାରାଉରକେଲାରେ ବିରାଜିଲେ ଧନଦାତ୍ରୀ ମା’ ଲକ୍ଷ୍ମୀ, ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼

ରାଉରକେଲାରେ ବିରାଜିଲେ ଧନଦାତ୍ରୀ ମା’ ଲକ୍ଷ୍ମୀ, ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼

ରାଉରକେଲା : ରାଉରକେଲା ସହରରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ପାଳିତ ହେଉଛି। ସହରର ବିଭିନ୍ନ ଅଞ୍ଚଳରେ ମା’ଙ୍କ ପୂଜା ପାଇଁ ଆକର୍ଷଣୀୟ ତୋରଣ, ସୁସଜ୍ଜିତ ମଣ୍ଡପ ଓ ଆଲୋକମାଳା ଭକ୍ତଙ୍କ ମନ ମୋହୁଛି। ମା’ ଲକ୍ଷ୍ମୀଙ୍କ ଦର୍ଶନ ପାଇଁ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳୁଛି।ସହରର ନାୟାବଜାର, ଟିମ୍ବର କଲୋନୀ, ଉଦିତନଗର, ବାସନ୍ତୀ ନଗର, ରଙ୍ଗିଲା ଗଜଲକ୍ଷ୍ମୀ ପୂଜା କମିଟି, ଗଞ୍ଜୁ ମାର୍କେଟ ଓ ଫର୍ଟିଲାଇଜର ବଣିକ ସଂଘ ସମେତ ଅନ୍ୟାନ୍ୟ ଅଞ୍ଚଳର ପ୍ରାୟ ୭୦ରୁ ଅଧିକ ପୂଜାମଣ୍ଡପରେ ମା’ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରାଯାଉଛି।ପୂଜା ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଣ୍ଡପଗୁଡ଼ିକୁ ସୁନ୍ଦର ଭାବେ ସଜ୍ଜିତ କରାଯାଇଛି। ମା’ଙ୍କ ମନୋରମ ମୂର୍ତ୍ତି, ରଙ୍ଗବେରଙ୍ଗର ଆଲୋକସଜ୍ଜା ଓ ପୂଜାମଣ୍ଡପର ଆକର୍ଷଣୀୟ ପରିବେଶ ଉତ୍ସବର ଶୋଭା ବୃଦ୍ଧି କରୁଛି। ଶ୍ରଦ୍ଧାଳୁମାନେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି ପରିବାରର ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରୁଛନ୍ତି।ମା’ ଲକ୍ଷ୍ମୀଙ୍କ ଆଗମନକୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପୂଜା କମିଟିଗୁଡ଼ିକର ସଦସ୍ୟ, ସ୍ଥାନୀୟ ଯୁବକ ଓ ଅଞ୍ଚଳବାସୀଙ୍କ ସହଯୋଗରେ ପୂଜାକୁ ସୁଚାରୁରୂପେ ପରିଚାଳନା କରାଯାଉଛି। ଭକ୍ତି, ଶ୍ରଦ୍ଧା ଓ ଆନନ୍ଦର ମାହୋଲ ମଧ୍ୟରେ ରାଉରକେଲାରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଜନସାଧାରଣଙ୍କ ମଧ୍ୟରେ ଧାର୍ମିକ ଉତ୍ସାହ ଭରିଦେଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking