ଭୁବନେଶ୍ଵର: ଗଞ୍ଜାମ ଜିଲ୍ଲା ପାଇଁ ବଡ଼ ଆଶ୍ଵସ୍ତି। ଆଉ ଗଞ୍ଜାମ ପାଇଁ ନାହିଁ ବିପଦ । କେବଳ କୋରାପୁଟ ଓ ମାଲକାନଗିରିର ଗୋଟେ ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷା ହେବାକୁ ନେଇ ଆଇ ଏମ ଡି ୟେଲୋ ଆଲର୍ଟ ଦେଇଛି। ଗଞ୍ଜାମ ଗଜପତି ଓ କିଛି ଉପକୂଳ ଜିଲ୍ଲା ପାଇଁ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଥିବାରୁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି। ତେବେ ୩ ଓ ୪ ଦୁଇଦିନ ସାମାନ୍ୟ ବର୍ଷା ରହିଛି।
ଏପଟେ ବାତ୍ୟା ମୁରାସୁ ମଧ୍ୟ ଦୁର୍ବଳ ହୋଇଛି । ଏହା ପ୍ରଭାବରେ ଦକ୍ଷିଣ ଆନ୍ଧ୍ର ବଡ଼ ବର୍ଷା ହୋଇ ନାହିଁ। ଏଣିକି ଓଡ଼ିଶା ଉପରେ ଆଉ ବାତ୍ୟା ଭୟରହିବ ନାହିଁ । କାରଣ ଏବେ ଯେଉଁ ସିଷ୍ଟମ ବଙ୍ଗୋପସାଗରରେ ସୃଷ୍ଟି ହେବ ତାହା ଦକ୍ଷିଣ ଆନ୍ଧ୍ର ବା ତାମିଲନାଡୁ ଆଡ଼କୁ ଯିବ ବୋଲି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁଙ୍କ ମତ ରହିଛି। ରାଜ୍ୟରେ ଜଳୀୟ ବାଷ୍ପ ରହିଛି । ତେଣୁ ଏହାରି ପ୍ରଭାବରେ ୫ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ ।ଏହାପରେ ୭ ବା ୮ ତାରିଖ ରୁ ଶୀତ ଅନୁଭବ ହେବ । ରାତ୍ରି ତାପମାତ୍ରା ହ୍ରାସ ପାଇବ ବୋଲି କହିଛନ୍ତି ସୋଆ ସି ଇ ସି ମୁଖ୍ୟ ଶରତ ଚନ୍ଦ୍ର ସାହୁ। ରାଜ୍ୟରେ ନଭେମ୍ବର ଦ୍ଵିତୀୟ ସପ୍ତାହରୁ ସମଗ୍ର ଅଞ୍ଚଳରେ ଶୀତ ଅନୁଭବ ହେବ।










