31.1 C
Bhubaneswar
Saturday, October 31, 2026
Homeଦେଶ ବିଦେଶସୁଇମିଂ ପୁଲ୍‌ରେ ଲାଗିଲା କରେଣ୍ଟ, ଦୁଇ ବିଦେଶୀ ନାଗରିକଙ୍କ ମୃତ୍ୟୁ

ସୁଇମିଂ ପୁଲ୍‌ରେ ଲାଗିଲା କରେଣ୍ଟ, ଦୁଇ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୧।୧୦: ଲଗଜରୀ ୫-ଷ୍ଟାର ହୋଟେଲର ସୁଇମିଂ ପୁଲ୍ ପାଲଟିଲା ମୃତ୍ୟୁର ଫାଶ। ପାଣିରେ ଗାଧୋଉଥିବା ବେଳେ ହଠାତ୍ ଲାଗିଲା ବିଦ୍ୟୁତ୍ ଝଟକା। ଆଖି ପିଛୁଳାକେ ଚାଲିଗଲା ଦୁଇ ବିଦେଶୀ ନାଗରିକଙ୍କ ଜୀବନ। ଏଭଳି ଏକ ଛାତିଥରା ଘଟଣା ବେଙ୍ଗାଲୁରୁର ଏକ ପ୍ରତିଷ୍ଠିତ ହୋଟେଲରେ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଜର୍ମାନୀର ନାଗରିକ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଲୋଭାକିଆର ବାସିନ୍ଦା। ଏହି ଘଟଣାରେ ଆଉ ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି। ତେବେ ଏତେ ବଡ଼ ହୋଟେଲର ସୁଇମିଂ ପୁଲ୍‌ରେ କେମିତି ଲାଗିଲା କରେଣ୍ଟ? ଏହା ପଛରେ କ’ଣ ରହିଛି କାରଣ?
ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟ୍‌ରେ ବେଙ୍ଗାଲୁରୁର ଉଲସୁର ଅଞ୍ଚଳରେ ଥିବା କୋନ୍ରାଡ୍ ହୋଟେଲର ତୃତୀୟ ମହଲାରେ ଥିବା ସୁଇମିଂ ପୁଲ୍‌ରେ ଏହି ଅଘଟଣ ଘଟିଥିଲା। ପୁଲ୍‌ରେ ଥିବା ସମୟରେ ହଠାତ୍ ବିଦ୍ୟୁତ୍ ଝଟକା ଲାଗିବାରୁ ଦୁଇ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିଚୟ ୫୭ ବର୍ଷୀୟ ଜର୍ମାନ ନାଗରିକ ଆଲେକ୍ସଜାଣ୍ଡର ମ୍ୟାକ୍ସିମିଲିଆନ୍ ଥାଇସ୍ ଏବଂ ୪୫ ବର୍ଷୀୟ ସ୍ଲୋଭାକିଆ ନାଗରିକ ଜୁରାଜ ହୋରଭାଟ୍ ବୋଲି ଜଣାପଡ଼ିଛି।ଆଲେକ୍ସଜାଣ୍ଡର ଲୁଫ୍ଥାନ୍ସା ଏୟାରଲାଇନ୍ସର ଫ୍ଲାଇଟ୍ କ୍ରୁ ଭାବେ କାମ କରୁଥିଲେ। ବେଙ୍ଗାଲୁରୁରେ ରହଣି ସମୟରେ ସେ ଏହି ହୋଟେଲରେ ରହୁଥିଲେ। ଅନ୍ୟପଟେ ଜୁରାଜ ହୋରଭାଟ୍ ଆଇବିଏମ୍‌ରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟରତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking