31.1 C
Bhubaneswar
Saturday, October 31, 2026
Homeଦେଶ ବିଦେଶଏମିତି ସ୍ତ୍ରୀ କାହାକୁ ନମିଳୁ: କରଓ୍ବାଚୌଥରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଟେଲରେ..

ଏମିତି ସ୍ତ୍ରୀ କାହାକୁ ନମିଳୁ: କରଓ୍ବାଚୌଥରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକ ସହ ହୋଟେଲରେ..

ନୂଆଦିଲ୍ଲୀ: ବର୍ଷେ ତଳେ କରିଥିଲେ ପ୍ରେମ ବିବାହ । ମନରେ ଥିଲା କେତେ ସ୍ବପ୍ନ । ମୋ ସ୍ତ୍ରୀ ମୋ ଜୀବନର ସୁଖ ଦୁଃଖର ସାଥୀ ହେବ । ମୋ ହାତ ଧରି ଜୀବନସାରା ଚାଲିବ । ହେଲେ ମାତ୍ର ଦିନ କେଇଟାରେ ସେ ଏମିତି ବଦଳିଯିବା ତାହ କେବେ ମଧ୍ୟ ମୁଁ ଭାବିନଥିଲି । କରଓ୍ବାଚୌଥ୍ ଭଳି ପବିତ୍ର ଦିନ, ଯେଉଁଦିନ ସ୍ତ୍ରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ପାଣି ମଧ୍ୟ ସ୍ପର୍ଶ କରନ୍ତି ନାହିଁ । ସେଭଳି ଏକ ଦିନରେ ପ୍ରେମିକ ସହ ହୋଟେଲରେ ଦେଖିଲେ କୋଉ ସ୍ବାମୀର ବା ଧର୍ଯ୍ୟ ରହିବ କୁନ୍ତ ତ ? ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର। ଓୟୋରୁ ପତ୍ନୀ ଏବଂ ତାଙ୍କ ପ୍ରେମିକକୁ ଧରିବା ପରେ ଜଣେ ପୁରୁଷ ଭିଡିଓ ଉଠାଇଥିଲେ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁଯାୟୀ, କରୱା ଚୌଥ୍ ବ୍ରତ ଦିନ ମହିଳା ଜଣକ ଘରୁ ପୂଜା ପାଇଁ ବାହାରକୁ ଯାଉଥିବା କହିଥିଲେ। କିନ୍ତୁ କିଛିଦିନ ହେବ ସ୍ତ୍ରୀଙ୍କ ଗତିବିଧିକୁ ନଜର ରଖୁଥିଲେ ସ୍ବାମୀ । ଆଉ ମହିଳା ଜଣକ ଯେତେବେଳେ ଘରୁ ବାହାରିଥିଲେ ପିଛା କରିବା ଆରମ୍ଭ କରିଥିଲେ । କାରଣ ପୂର୍ବରୁ ସ୍ତ୍ରୀ ଅଜାଣତରେ ତାଙ୍କ ମୋବାଇଲ୍ ଯାଞ୍ଚ କରି ଅନେକ ତଥ୍ୟ ପାଇସାରିଥିଲେ । ଏପରିକି କୌଣସି ପୂଜାପାଠ ନୁହେଁ ବରଂ ପ୍ରେମିକ ପାଖକୁ ଯାଉଥିବା ଚାଟିଂରୁ ସେ ଜାଣିସାରିଥିଲେ । ପରେ ସେ ନିଜର କିଛି ସାଙ୍ଗ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ସେଠାରେ ରେଡ୍ କରିଥିଲେ । ଆଉ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦଖେିଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ସ୍ବାମୀ ଜଣକ କହିଥିଲେ କି, ମୁଁ ତୁମକୁ ଭଲ ପାଇ ବିବାହ କରିଥିଲି । ତୁମେ ମଧ୍ୟ ମୋତେ ଭଲ ପାଉଥିଲ । ହେଲେ ଏମିତି ଧୋକା ଦେଲ କେମିତି ? ଉଭୟଙ୍କ ମଧ୍ୟରେ ଏଭଳି ଝଗଡ଼ା ଲାଗିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ୟୁଜର୍ସମାନେ ବିଭିନ୍ନ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking