31.1 C
Bhubaneswar
Saturday, October 31, 2026
Homeଦେଶ ବିଦେଶଆଉ ନାହାନ୍ତି ‘କାଣ୍ଟେ’ଓ ‘କାବିଲ୍’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା

ଆଉ ନାହାନ୍ତି ‘କାଣ୍ଟେ’ଓ ‘କାବିଲ୍’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା

ମୁମ୍ବାଇ: ବଲିଉଡ଼ ଜଗତରୁ ଆସିଲା ଦୁଃଖଦ ଖବର । ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ପରେ ଆଉ ଜଣଙ୍କୁ ହରାଇଛି ବଲିଉଡ଼ । ଆଉ ନାହାନ୍ତି ‘କାଣ୍ଟେ’ଓ ‘କାବିଲ୍’ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତା । କ୍ରାଇମ୍ ସ୍ପେସାଲିଷ୍ଟ ଫିଲ୍ମ ନିର୍ମାତା ସଞ୍ଜୟ ଗୁପ୍ତାଙ୍କର ପରଲୋକ ହୋଇଛି । ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ‘କାଣ୍ଟେ’, ‘ଜିନ୍ଦା’, ‘ମୁସାଫିର’ ଏବଂ ‘ସୁଟଆଉଟ୍ ଆଟ୍ ଲୋଖଣ୍ଡୱାଲା’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ଗୁପ୍ତା । ଶୁକ୍ରବାର ରାତିରେ ଘରେ ତାଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା । ଯାହା ପୁରା ହିନ୍ଦୀ ସିନେମା ଜଗତକୁ ଦୋହଲାଇ ଦେଇଛି । ରିପୋର୍ଟ ଅନୁଯାୟୀ, ସଞ୍ଜୟ ଗୁପ୍ତା ଶୁକ୍ରବାର ରାତିରେ ବାଥରୁମରେ ପଡ଼ିଯାଇଥିଲେ, ଯାହା ପରେ ତାଙ୍କର ଦେହାନ୍ତ ହୋଇଛି । ଅନୁମାନ କରାଯାଉଛି ଯେ ଏହି ଦୁର୍ଘଟଣା ପାଇଁ ତାଙ୍କର ପରଲୋକ ହୋଇଛି ।

ସୂଚନାଅନୁସାରେ, ଶୁକ୍ରବାର ରାତିରେ ସଞ୍ଜୟ ଗୁପ୍ତା ବାଥରୁମରେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଆଘାତ କାରଣରୁ ରକ୍ତସ୍ରାବ ହୋଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ରାତିସାରା ତାଙ୍କର ପୁରା ପରିବାର ଏହି ଦୁର୍ଘଟଣା ବାବଦରେ ଜାଣିବାକୁ ପାଇନଥିଲେ । ଶନିବାର ସକାଳୁ ଅର୍ଥାତ ଆଜି ଯେତେବେଳେ ସେ ନଉଠିଲେ ସେବେ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଲା । ମାମଲାକୁ ନେଇ ମୁମ୍ବାଇ ପୁଲିସ୍ ଖବର ପାଇବା ମାତ୍ରେ ଭର୍ସୋଭା ଥାନାର ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ପୁଲିସ୍ କହିବା ଅନୁସାରେ ଫିଲ୍ମ ନିର୍ମାତା ସଞ୍ଜୟ ଗୁପ୍ତା ତାଙ୍କ ପତ୍ନୀ, ଦୁଇ ପିଲା ଏବଂ ଜଣେ ଘରୋଇ ସହାୟିକା ତାଙ୍କ ବଙ୍ଗଳାରେ ରହୁଥିଲେ । ଦୁର୍ଘଟଣା ଘଟିବା ପରେ ପରିବାରର ସମସ୍ତ ସଦସ୍ୟ ଶୋଇଥିଲେ । ପୁଲିସ୍ ପରିବାର କୌଣସି ସନ୍ଦେହ କିମ୍ବା ଷଡ଼ଯନ୍ତ୍ରକୁ ଅସ୍ୱୀକାର କରିଛି ।

ବର୍ତ୍ତମାନ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ପୁଲିସ୍ ଏଡିଆର (ହଠାତ୍ ମୃତ୍ୟୁ) ମାମଲା ପଞ୍ଜିକୃତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ସଞ୍ଜୟ ଗୁପ୍ତା ୧୯୯୪ରେ ଫିଲ୍ମ ‘ଆତିଶ: ଫିଲ୍ ଦ ଫାୟାର’ରୁ ନିର୍ଦ୍ଦେଶକ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ରରେ ସେ ସଞ୍ଜୟ ଦତ୍ତ, ଆଦିତ୍ୟ ପାଞ୍ଚୋଲି, ରବିନା ଟଣ୍ଡନ, କରିସ୍ମା କପୁର ଏବଂ ଅତୁଲ ଅଗ୍ନିହୋତ୍ରୀଙ୍କ ପରି ବଡ ଅଭିନେତାଙ୍କୁ ଏକାଠି କରିଥିଲେ । ଏହି ଫିଲ୍ମ ମାଧ୍ୟମରେ ସେ ବଲିଉଡରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ‘ଆତିଶ’ ପରେ ସଞ୍ଜୟ ଗୁପ୍ତା ‘ରାମ ଶାସ୍ତ୍ର’, ‘ହମେଶା’, ‘ଜଙ୍ଗ’ ଏବଂ ‘ଖୌଫ୍’ ଭଳି ଅନେକ ଥ୍ରୀଲର ନିର୍ଦ୍ଦେଶନା ଦେଇଥିଲେ। ୨୦୦୨ ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘କାଣ୍ଟେ’ ସହିତ ସେ ପ୍ରକୃତ ସ୍ୱୀକୃତି ପାଇଥିଲେ ଏବଂ ଭାରତୀୟ ସିନେମାରେ ଏକ ଭିନ୍ନ ସ୍ଥାନ ପାଇଥିଲେ । ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟ, ଷ୍ଟାଇଲ୍ ଏବଂ ନିର୍ଦ୍ଦେଶନା ସବୁଆଡେ ପ୍ରଶଂସିତ ହୋଇଥିଲା । ଏହା ସଞ୍ଜୟ ଗୁପ୍ତାଙ୍କୁ ଏକ ଭିନ୍ନ ଶୈଳୀର ନିର୍ଦ୍ଦେଶକର ରୂପ ଦେଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking