28.1 C
Bhubaneswar
Friday, October 30, 2026
Homeଓଡିଶାଅର୍ଣ୍ଣବ’ ପ୍ରଭାବରେ ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଅର୍ଣ୍ଣବ’ ପ୍ରଭାବରେ ଫସଲ ନଷ୍ଟ ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେଲା ବାତ୍ୟା ‘ଅର୍ଣ୍ଣବ’ । ଏହା ପ୍ରଭାବରେ ଭାସୁଛି ଗଞ୍ଜାମ ଓ ଗଜପତି । ବୁଡ଼ିଲା ବ୍ରହ୍ମପୁର ସମେତ ଅନେକ ସହର । ‘ଅର୍ଣ୍ଣବ’ ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ବଡ଼ ଧରଣର କ୍ଷୟକ୍ଷତି ହୋଇଛି । ତେବେ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଓ ଗଜପତିରେ ହୋଇଛି ବ୍ୟାପକ କ୍ଷୟକ୍ଷତି ।ବାତ୍ୟା ପ୍ରଭାବିତ ଅଞ୍ଚଳରେ ଚାଷୀମାନେ ପ୍ରଭାବିତ ହୋଇଛନ୍ତି । ଫସଲ କ୍ଷତି ହୋଇଛି । ଏ ବର୍ଷ ଚାଷ ଆରମ୍ଭରୁ ବନ୍ୟା ଆସିଲା । ପାଣିପାଗ ପରିବର୍ତ୍ତନ ପାଇଁ ଏସବୁ ଘଟୁଛି । ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଆମେ ପୂର୍ବରୁ ପ୍ରସ୍ତୁତି କରିଥିଲୁ । ଆମେ ପ୍ରଭାବିତ ଜିଲ୍ଲାକୁ ସଚିବ ଓ ମନ୍ତ୍ରୀଙ୍କୁ ପଠାଇଥିଲୁ ।

ବାତ୍ୟା ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ ପରେ ଦିଗ ବଦଳାଇଲା । ଆମେ ମାଲକାନଗିରିରେ ଅଧିକ କ୍ଷତି କରିବ ବୋଲି ଭାବିଥିଲୁ । ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରବଳ କ୍ଷତି କରିଛି । ଆମେ କେନ୍ଦ୍ର ସରକାରଙ୍କ ସହାୟତା ମାଗିଥିଲୁ । ଗୃହମନ୍ତ୍ରୀଙ୍କ ସହ କଥା ହୋଇଥିଲି । କେନ୍ଦ୍ର ସରକାର ଆମକୁ ତୁରନ୍ତ ସହାୟତା ଯୋଗାଇଛନ୍ତି । ଏମିତି କି ହେଲିକପ୍ଟରରେ ଉଦ୍ଧାର କାର୍ଯ୍ୟ ହୋଇଛି । ଆମ ଟିମ୍ ସମ୍ପୂର୍ଣ୍ଣ ସଜାଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking