28.1 C
Bhubaneswar
Friday, October 30, 2026
Homeଓଡିଶାଘୁଞ୍ଚିବନି ଓସିଏସ୍‌ ପରୀକ୍ଷା: ରାଜସ୍ୱ ମନ୍ତ୍ରୀ

ଘୁଞ୍ଚିବନି ଓସିଏସ୍‌ ପରୀକ୍ଷା: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର : ବାତ୍ୟା ‘ଅର୍ଣ୍ଣବ’ ପରେ ଏବେ ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବନ୍ୟା ବିତ୍ପାତ ଦେଖାଦେଇଛି। ଏହାର ପ୍ରଭାବରେ ଜନଜୀବନ ବ୍ୟାହତ ହୋଇଥିବାବେଳେ ଅକଳରେ ପଡ଼ିଛନ୍ତି ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ୍) ମୁଖ୍ୟ ପରୀକ୍ଷାର୍ଥୀ। ବିଶେଷକରି ଦକ୍ଷିଣ ଓଡ଼ିଶାର ପରୀକ୍ଷାର୍ଥୀମାନେ କିପରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ, ସେନେଇ ଚିନ୍ତାରେ ଅଛନ୍ତି।

ଅକ୍ଟୋବର ୩୧ରୁ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ପକ୍ଷରୁ ଓସିଏସ୍ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ବାତ୍ୟା ଓ ବନ୍ୟା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଯୋଗାଯୋଗ ଓ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଥିବାରୁ ପରୀକ୍ଷା ସୂଚୀ ଘୁଞ୍ଚାଇବାକୁ ଆଶାୟୀମାନେ ଦାବି କରିଥିଲେ।

ତେବେ ଓସିଏସ୍ ମୁଖ୍ୟ ପରୀକ୍ଷା ଘୁଞ୍ଚିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ତାଙ୍କ କହିବା ଅନୁଯାୟୀ, ଥରେ ପରୀକ୍ଷା ଘୁଞ୍ଚାଗଲେ ପୁଣିଥରେ ପରୀକ୍ଷା ଆୟୋଜନ କରିବାକୁ ପ୍ରାୟ ୬ ମାସ ସମୟ ଲାଗିବ। ଏହାଦ୍ୱାରା ରାଜ୍ୟର ଅନ୍ୟ ଜିଲ୍ଲାର ଶତାଧିକ ପରୀକ୍ଷାର୍ଥୀ ମଧ୍ୟ ଅସୁବିଧାରେ ପଡ଼ିବେ।

ମନ୍ତ୍ରୀ କହିଛନ୍ତି, ଗଞ୍ଜାମ ଜିଲ୍ଲାର ପ୍ରାୟ ୩୨୫ ଜଣ ଏବଂ ଅନ୍ୟ ପ୍ରଭାବିତ ଅଞ୍ଚଳର ପ୍ରାୟ ୧୦୦ ଜଣ ପରୀକ୍ଷାର୍ଥୀଙ୍କ ଯାତାୟାତ ଦାୟିତ୍ୱ ସରକାର ନେବେ। ସେମାନଙ୍କୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଡିଓମାନଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ପ୍ରଭାବିତ ଅଞ୍ଚଳର ପରୀକ୍ଷାର୍ଥୀମାନେ ନିଜ ନିଜ ବ୍ଲକର ବିଡିଓଙ୍କ ସହ ଯୋଗାଯୋଗ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking