25.1 C
Bhubaneswar
Tuesday, October 27, 2026
Homeଓଡିଶାବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ

ବାର୍‌ହା ଫାଶରେ ପଡ଼ି ଚାଲିଗଲା ଦନ୍ତାର ଜୀବନ

ଅନୁଗୋଳ: ଅନୁଗୋଳ ଜିଲା ହଣ୍ଡପା ରେଞ୍ଜ ଝିଲ୍ଲୀମୁଣ୍ଡା ଗ୍ରାମ୍ୟ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ପ୍ରାୟ ୧୦ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ବନ୍ୟଯନ୍ତୁ ଶିକାରରେ ସମ୍ପୃକ୍ତ ଥିବା ୪ଜଣ ଶିକାରୀଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି।

ତଦନ୍ତରେ ବାଧା ସୃଷ୍ଟି ହେବା ନେଇ ଅଭିଯୁକ୍ତଙ୍କ ନାମ ବିଭାଗ ପକ୍ଷରୁ ଗୋପନ ରଖାଯାଇଛି। ମିଳିଥିବା ସୂଚନା ମୁତାବକ, ଝିଲ୍ଲୀମୁଣ୍ଡା ଦେଇ ପାଇକସାହି ଅଞ୍ଚଳକୁ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି । ଏହି ତାରରେ ପ୍ରତ୍ୟେକ ଦିନ ଫାଶ ବସାଇ ବାର୍‌ହା ଶିକାର କରାଯାଉଛି। ବନ ବିଭାଗର ଉଦାସୀନତା ଯୋଗୁ ଶିକାରୀମାନେ ନିର୍ଭୟରେ ଶିକାର କରୁଥିବା ବେଳେ ସୋମବାର ସକାଳେ ଉକ୍ତ ୪ ଜଣ ଶିକାରୀ ଝିଲ୍ଲୀମୁଣ୍ଡା ଜଙ୍ଗଲରେ ୧୧ କେଭି ବିଦ୍ୟୁତ୍‌ ତାରରେ ହୁକ୍‌ ପକାଇ ବାର୍‌ହା ଶିକାର କରିବା ପାଇଁ ବିଦ୍ୟୁତ୍‌ ଫାଶ ବସାଇଥିଲେ। ହେଲେ ଉକ୍ତ ଫାଶରେ ପଡି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking