25.1 C
Bhubaneswar
Tuesday, October 27, 2026
Homeଓଡିଶାବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ସମୀକ୍ଷା

ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ସମୀକ୍ଷା

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜଳ ସମ୍ପଦ ବିଭାଗର ପ୍ରସ୍ତୁତି ସମୀକ୍ଷା ନିମନ୍ତେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଇଂ. ଦିଲୀପ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ସମ୍ଭାବ୍ୟ ବର୍ଷାର ପୂର୍ବାନୁମାନ, ଜଳଭଣ୍ଡାରଗୁଡ଼ିକର ସ୍ଥିତି, ଜଳ ପ୍ରବେଶ ଓ ନିଷ୍କାସନ ଏବଂ କ୍ଷେତ୍ରସ୍ତରୀୟ ଯନ୍ତ୍ରୀମାନଙ୍କ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ବର୍ଷାର ପରିମାଣ, ନଦୀ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଏବଂ ଜଳ ପ୍ରବେଶ ଓ ନିଷ୍କାସନ ଉପରେ ନିରନ୍ତର ନଜର ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା।

ବିଶେଷକରି ଦକ୍ଷିଣ ଓଡ଼ିଶାର ଇନ୍ଦ୍ରାବତୀ, କୋଲାବ, ବାଲିମେଳା, ଭଞ୍ଜନଗର, ହରଭଙ୍ଗୀ ଓ ଭାସ୍କେଲ ଭଳି ପ୍ରମୁଖ ଓ ମଧ୍ୟମ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନିୟମିତ ନଜର ରଖିବା ସହ ସମ୍ଭାବ୍ୟ ବାତ୍ୟାଜନିତ ବର୍ଷାରୁ ଆସିବାକୁ ଥିବା ଅତିରିକ୍ତ ଜଳକୁ ଧାରଣ କରିବା ପାଇଁ ଜଳଭଣ୍ଡାରଗୁଡ଼ିକୁ ସୁରକ୍ଷିତ ସ୍ତରରେ ରଖିବା ଉପରେ ଆଲୋଚନା ହୋଇଥିଲା। ଏଥିସହ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଓ ପରିଚାଳନା ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ସମ୍ଭାବ୍ୟ ପରିସ୍ଥିତିର ନିୟମିତ ଆକଳନ କରିବା, ନିଜ ନିଜ ଅଞ୍ଚଳରେ ସତର୍କ ରହିବା ଏବଂ ଆବଶ୍ୟକତା ଅନୁଯାୟୀ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା। ଜିଲ୍ଲା ପ୍ରଶାସନ ସହ ନିରନ୍ତର ସମନ୍ୱୟ ରକ୍ଷା କରିବା ଏବଂ ଆବଶ୍ୟକ ସୂଚନା ତୁରନ୍ତ ଆଦାନପ୍ରଦାନ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ନଦୀବନ୍ଧର ସମ୍ବେଦନଶୀଳ ସ୍ଥାନଗୁଡ଼ିକର ନିୟମିତ ଯାଞ୍ଚ, କ୍ଷେତ୍ରସ୍ତରୀୟ ଦଳଗୁଡ଼ିକୁ ପ୍ରସ୍ତୁତ ରଖିବା ଏବଂ ଜରୁରୀକାଳୀନ ମୁକାବିଲା ପାଇଁ ଆବଶ୍ୟକ ମାନବ ସମ୍ବଳ ଓ ସାମଗ୍ରୀ ଉପଲବ୍ଧ ରଖିବା ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ତେଲ ଅବବାହିକା, ଇନ୍ଦ୍ରାବତୀ-କୋଲାବ ଅବବାହିକା, ଆର୍‌ବିଭିଏନ୍‌, ପୋଟେରୁ ଓ ମହାନଦୀ ଅବବାହିକା ଅନ୍ତର୍ଗତ ସମ୍ପୃକ୍ତ ମୁଖ୍ୟ ଯନ୍ତ୍ରୀ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking