31.1 C
Bhubaneswar
Saturday, October 24, 2026
Homeଓଡିଶାମୋଦୀଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା; ଯାତାୟାତ କରିବା ପୂର୍ବରୁ ଜାଣନ୍ତୁ…

ମୋଦୀଙ୍କ ଗସ୍ତ ପାଇଁ ରାଜଧାନୀରେ ଟ୍ରାଫିକ୍‌ କଟକଣା; ଯାତାୟାତ କରିବା ପୂର୍ବରୁ ଜାଣନ୍ତୁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍‌ କଟକଣା ଜାରି କରାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଇନଫୋଭ୍ୟାଲିସ୍ଥିତ ଆର୍‌ବିଆଇ ଡାଟା ସେଣ୍ଟର ଉଦ୍‌ଘାଟନ କରିବେ। କାର୍ଯ୍ୟକ୍ରମ ପରେ ସେ ସଡ଼କ ପଥରେ ଫେରିବାର କାର୍ଯ୍ୟକ୍ରମ ଥିବାରୁ ରାଜଧାନୀର ବିଭିନ୍ନ ରାସ୍ତାରେ ଯାତାୟାତ ନିୟନ୍ତ୍ରଣ କରାଯିବ।ପୁଲିସ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସନ୍ଧ୍ୟା ୫ଟା ୪୦ ମିନିଟ୍‌ରୁ ୬ଟା ୪୦ ମିନିଟ୍‌ ପର୍ଯ୍ୟନ୍ତ ଟ୍ରାଫିକ୍‌ କଟକଣା ବଳବତ୍ତର ରହିବ। ଏହି ସମୟରେ ଆର୍‌ବିଆଇ ଡାଟା ସେଣ୍ଟର, ଇନଫୋଭ୍ୟାଲି, ତଳଖେତ ଓ ଭୁଆସୁଣୀ ଛକ ଅଞ୍ଚଳରେ ଯାତାୟାତ ଉପରେ ସ୍ୱତନ୍ତ୍ର ନଜର ରଖାଯିବ।ସେହିପରି ଜାତୀୟ ରାଜପଥ-୧୬ (ଏନ୍‌ଏଚ୍‌-୧୬), ଜୟଦେବ ବିହାର, ବେହେରା ସାହି, ଶାସ୍ତ୍ରୀ ନଗର ଓ ୧୨୦ ବିଏନ୍‌ ଛକରେ ଟ୍ରାଫିକ୍‌ ନିୟନ୍ତ୍ରଣ କରାଯିବ। ପାୱାର ହାଉସ୍‌ ଛକ, ଲୋକ ଭବନ, ଏଜି ଛକ ଏବଂ ହସ୍ପିଟାଲ ଛକରେ ମଧ୍ୟ ଯାତାୟାତ କଟକଣା ଲାଗୁ ହେବ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯାନବାହନ ଚଳାଚଳକୁ ସୁଗମ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking