31.1 C
Bhubaneswar
Saturday, October 24, 2026
Homeଓଡିଶାଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍‌, କଲେଜ ଛୁଟି: ମୁଖ୍ୟମନ୍ତ୍ରୀ

ଏହି ୫ ଜିଲାରେ ୨୮ ଓ ୨୯ରେ ସ୍କୁଲ୍‌, କଲେଜ ଛୁଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୮ ଓ ୨୯ରେ ପ୍ରଭାବିତ ଜିଲ୍ଲାର ସ୍କୁଲ,କଲେଜ, ଅଙ୍ଗନୱାଡି ଛୁଟି ରହିବ।ଏହି ଜିଲାଗୁଡ଼ିକ ହେଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି। ଅନ୍ୟ ଜିଲାଗୁଡ଼ିକରେ ଶିକ୍ଷାନୁଷ୍ଠାନ ବନ୍ଦ ନେଇ ସମ୍ପୃକ୍ତ ଜିଲ୍ଲାପାଳମାନେ ପରିସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଥିବା ସିଏମ୍‌ଓ ପକ୍ଷରୁ କୁହାଯାଇଛି।

ବାତ୍ୟାର ମୁକାବିଲା ଓ ଧନଜୀବନ ସୁରକ୍ଷା ପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ପ୍ରାୟ ୬୦ଟି ଓଡ୍ରାଫ୍‌ ଟିମ୍‌ ଓ ୧୭ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ନିୟୋଜିତ କରାଯାଇଥିବାବେଳେ ୨୨୫ଟି ଅଗ୍ନିଶମ ଟିମ୍‌କୁ ସଜାଗ ରଖାଯାଇଛି। ଜରୁରୀ ପରିସ୍ଥିତିରେ ଉଦ୍ଧାର, ସ୍ଥାନାନ୍ତର ଓ ରିଲିଫ୍‌ କାର୍ଯ୍ୟ ପାଇଁ ଏହି ଟିମ୍‌ଗୁଡ଼ିକ ପ୍ରସ୍ତୁତ ରହିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking