ବାଲେଶ୍ୱର: ଜଳେଶ୍ୱରରେ ନାବାଳିକା ହତ୍ୟା ମାମଲାରେ ଏସଆଇଙ୍କ ବଦଳି । ଦାୟିତ୍ୱରେ ଅବହେଳା ପାଇଁ ନାମ୍ପ ଫାଣ୍ଡି ଏସଆଇ କରଣ ମାରାଣ୍ଡିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଜିଲ୍ଲା ମୁଖ୍ୟାଳୟକୁ ବଦଳି ନିର୍ଦ୍ଦେଶ ଦେଇଛନ୍ତି ବାଲେଶ୍ୱର ଏସପି । ୫ ଦିନ ହେବ ନିଖୋଜ ନାବାଳିକାଙ୍କ ମୃତଦେହ ଗତକାଲି ଜଙ୍ଗଲରୁ ମିଳିଥିଲା । ପରିବାର ଲୋକେ ଅଭିଯୋଗ କରିଥିଲେ ମଧ୍ୟ ଏଫଆଇଆର ରଖି ନଥିଲା ପୋଲିସ । ଗତକାଲି ମୃତଦେହ ମିଳିବା ପରେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ୧୮ ତାରିଖ ଦିନ ଝିଅ ଡ୍ୟାନ୍ସ କ୍ଲାସକୁ ଯାଇ ନିଖୋଜ ହୋଇଥିଲେ । ଘରୁ ଡାକି ଆଣି ଯୁବକଙ୍କୁ ବୀଭତ୍ସ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମାଲଗୁରିଆ ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ଡୁଙ୍ଗୁରି ଗାଁର ନାରାୟଣ ପ୍ରଧାନ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, କିଛି ଯୁବକ ନାରାୟଣଙ୍କୁ ଘରୁ ଡାକି ନେଇଥିଲେ । ପରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ମାଲଗୁଡିଆ ଛକ ନିକଟରେ ନାରାୟଣଙ୍କ ମୃତଦେହ ପଡିଥିବା ପରିବାର ଲୋକ ଦେଖିଥିଲେ । ପ୍ରାଥମିରକ ତଦନ୍ତରୁ ତାଙ୍କ ମୁଣ୍ଡ ଓ ମୁହଁକୁ କାଠ ଫାଳିଆ ଏବଂ ମତ ବୋତଲରେ ଆକ୍ରମଣ କରାଯାଇଥିବା ଜଣାପଡୁଛି । ଘଟଣାସ୍ଥଳରୁ ମୃତଦେହ ଜବତ କରି ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଆସିକା ମେଡିକାଲକୁ ପଠାିଛି । ଏହାସହ ଘଟଣାର ତଦନ୍ତ ଜାରି ରହିଛି । ପୁଲିସର ତଦନ୍ତ ପରେ ହିଁ ହତ୍ୟା ପଛର ପ୍ରକୃତ କାରଣ ଜଣାପଡିବ ।










