23.9 C
Bhubaneswar
Thursday, October 22, 2026
Homeଦେଶ ବିଦେଶଅକ୍ଷୟ କୁମାରଙ୍କ ଘରେ ବଢିଲା ସୁରକ୍ଷା ବ୍ୟବସ୍ଥା

ଅକ୍ଷୟ କୁମାରଙ୍କ ଘରେ ବଢିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ: ବଲିଉଡ ଅଭିନେତାଙ୍କ ବାସଭବନରେ ବଢିଲା ସୁରକ୍ଷା ବଳ । ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ ସହ ହୋଇଥିବା ଗୁଳିକାଣ୍ଡ ଘଟଣା ପରେ ମୁମ୍ବାଇର ଜୁହୁ ଏବଂ ବାନ୍ଦ୍ରା ଅଞ୍ଚଳରେ ଥିବା ଅନେକ ବଲିଉଡ ଅଭିନେତାଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି । ଅକ୍ଷୟ କୁମାର ଏବଂ ଅନ୍ୟ ଅଭିନେତାଙ୍କ ପାଇଁ ମୁମ୍ବାଇ ପୋଲିସ ସୁରକ୍ଷା ବଳ ବଢାଇଛନ୍ତି ।  ଅକ୍ଷୟ କୁମାରଙ୍କ ଘର ବାହାରେ ଲାଗିଲା ବୁଲେଟ ପ୍ରୁଫ୍ କାଚ ,କଡା ପ୍ରହରା । ଅକ୍ଷୟ କୁମାର ମଧ୍ୟ ଟାର୍ଗେଟରେ ଥିବା ସୂଚନା ପରେ ଏହି କଡା ସୁରକ୍ଷର ବ୍ୟବସ୍ଥା କରାଯାଇଛି । ତେବେ ଟାଇଗର ଶ୍ରଫଙ୍କ ସହ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ ଚାଲିଛି। ସୂତ୍ରରୁ ଜଣାପଡିଛି ଯେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପାଇଁ କାମ କରୁଥିବା ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ପ୍ରାୟ ଗୋଟିଏ ମାସ ପୂର୍ବରୁ ଆକ୍ରମଣ ଯୋଜନା କରିଥିଲେ।

ବୁଧବାର ଭୋର ସମୟରେ ମାମଲାର ତିନି ଜଣ ପ୍ରମୁଖ ଅଭିଯୁକ୍ତଙ୍କୁ ରାଜସ୍ଥାନର କୋଟାରୁ ମୁମ୍ବାଇ ଅଣାଯାଇଥିଲା ଏବଂ ଡାକ୍ତରୀ ପରୀକ୍ଷା ପାଇଁ ଜିଟି ହସ୍ପିଟାଲକୁ ନିଆଯାଇଥିଲା। ମୁମ୍ବାଇ ପୋଲିସର ସୂଚନା ଅନୁଯାୟୀ, ଅଭିନେତାଙ୍କ କାର ଉପରକୁ ପାଞ୍ଚରୁ ଛଅ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା ଏବଂ ଗୁଳିଚାଳକମାନେ ବ୍ୟବହୃତ କରିଥିବା ମୋଟରସାଇକେଲ ପରେ ଅନ୍ଧେରୀରେ ପରିତ୍ୟକ୍ତ ଅବସ୍ଥାରେ ମିଳିଥିଲା। ସୂଚନାଥାଉ କି, ରବିବାର ସନ୍ଧ୍ୟାରେ (ଅକ୍ଟୋବର ୧୮) ମୁମ୍ବାଇର ଜୁହୁ ଅଞ୍ଚଳରେ ହୋଇଥିବା ଗୁଳିକାଣ୍ଡ ପରେ ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍ ଅକ୍ଷତ ଅବସ୍ଥାରେ ବଞ୍ଚି ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking