23.9 C
Bhubaneswar
Thursday, October 22, 2026
Homeଦେଶ ବିଦେଶଗଭୀର ଖାଲକୁ ଖସିଲା ବସ୍: ୨ ମୃତ, ୧୬ ଆହତ

ଗଭୀର ଖାଲକୁ ଖସିଲା ବସ୍: ୨ ମୃତ, ୧୬ ଆହତ

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାର ଗାଲା ପଚୌଣ୍ଡରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହିତ ୧୬ ଜଣ ଆହତ ହୋଇଛନ୍ତି। ଖବର ପାଇ ସବ୍-ଡିଭିଜନାଲ୍ ମାଜିଷ୍ଟ୍ରେଟ୍ (ଏସଡିଏମ), ଡାକ୍ତରୀ କର୍ମଚାରୀ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବସନ୍ତଗଡ଼ ତହସିଲରେ ହୋଇଥିବା ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଛଅ ଜଣ ଯାତ୍ରୀଙ୍କୁ ରାମନଗରର ଉପ-ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଛି। ଅନ୍ୟ ଆହତମାନଙ୍କୁ ବସନ୍ତଗଡ଼ର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି ବୋଲି ଉଧମପୁର ଡେପୁଟି କମିସନର(ଡିସି)ଅନନ୍ତ ଦ୍ୱିବେଦୀ ସୂଚନା ପ୍ରଦାନ କରିଛନ୍ତି।କେନ୍ଦ୍ର ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଉଧମପୁର ଡେପୁଟି କମିସନରଙ୍କ ସହ କଥା ହୋଇ ପୀଡିତମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking