25.1 C
Bhubaneswar
Thursday, October 22, 2026
Homeଦେଶ ବିଦେଶରୋଷେଇ ଘର ବଜେଟ ଉପରେ ବଡ ଝଟକା: ମହଙ୍ଗା ହୋଇପାରେ ଖାଇବା ତେଲ

ରୋଷେଇ ଘର ବଜେଟ ଉପରେ ବଡ ଝଟକା: ମହଙ୍ଗା ହୋଇପାରେ ଖାଇବା ତେଲ

ନୂଆଦିଲ୍ଲୀ: ପାର୍ବଣରେ ଏହି ଋତୁରେ ସାଧାରଣ ଲୋକଙ୍କ ରୋଷେଇ ଘର ବଜେଟ ଉପରେ ଏକ ବଡ ଝଟକା ଲାଗିପାରେ । ଆଗାମୀ ଦିନରେ ସୋରିଷ, ସୋୟାବିନ ଏବଂ ପାମ ତେଲ ସମେତ ସମସ୍ତ ପ୍ରକାର ଖାଇବା ତେଲର ଦର ବୃଦ୍ଧି ପାଇପାରେ । ଏହାର ସବୁଠାରୁ ବଡ କାରଣ ହେଉଛି , ବିଶ୍ୱର ସବୁଠାରୁ ବଡ ପାମ ତେଲ ଯୋଗାଣ କାରୀ ଦେଶ ଇଣ୍ଡୋନେସିଆରେ ଦେଖାଦେଇଥିବା ମରୁଡି ଏବଂ ଏଲ ନିନୋର ପ୍ରଭାବ । ଇଣ୍ଡୋନେସିଆରେ ପାମ ତେଲ ଉତ୍ପାଦନ ହ୍ରାସ ପାଇଛି । ଇଣ୍ଡୋନେସିଆନ ପାମ ଅଏଲ ଆସୋସିଏସନ ଅନୁଯାୟୀ, ମରୁଡି ଯୋଗୁଁ ପାମ ତେଲ ଉତ୍ପାଦନ ପ୍ରାୟ ୫୦ ଲକ୍ଷ ଟନ ଯାଏଁ ହ୍ରାସ ପାଇପାରେ । ଇଣ୍ଡୋନେସିଆ ନିଜର ନୂତନ ବି୫୦ ନୀତି ଲାଗୁ କରିବାକୁ ଯାଉଛି । ଯାହା ଅଧୀନରେ ଘରୋଇ ବାୟୋଡିଜେଲ ତିଆରିରେ ପାମ ତେଲର ବ୍ୟବହାର ଅଧିକ ହେବ । ବାୟୋଡିଜେଲ ପାଇଁ ୧.୬୩ ରୁ ୧.୭ କୋଟି ଟନ ପାମ ତେଲ ଆବଶ୍ୟକ ହେବ, ଯାହାଫଳରେ ଭାରତ ଭଳି ଦେଶଗୁଡିକୁ ରପ୍ତାନୀ କରିବା ପାଇଁ କମ ତେଲ ବଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking