31.1 C
Bhubaneswar
Tuesday, October 20, 2026
Homeଦେଶ ବିଦେଶSCO ବୈଠକରେ ପାକିସ୍ତାନକୁ ରାଜନାଥଙ୍କ କଡ଼ା ବାର୍ତ୍ତା

SCO ବୈଠକରେ ପାକିସ୍ତାନକୁ ରାଜନାଥଙ୍କ କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ଆତଙ୍କବାଦକୁ ନେଇ ପାକିସ୍ତାନକୁ ପୁଣି କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ତାଜିକିସ୍ତାନର ରାଜଧାନୀ ଦୁଶାନବେରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ବୈଠକରେ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ଆଭିମୁଖ୍ୟକୁ ଦୋହରାଇଛନ୍ତି ସେ ।ଏହି ବୈଠକରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇଶାକ ଡାର ମଧ୍ୟ ଉପସ୍ଥିତ ଥିଲେ । ତାଙ୍କ ସାମ୍ନାରେ ରାଜନାଥଙ୍କ ଏହି ବାର୍ତ୍ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି ।

ରାଜନାଥ ସିଂହ କହିଛନ୍ତି, ଆତଙ୍କବାଦର ପୂରା ଇକୋସିଷ୍ଟମ୍‌କୁ ଦୃଢ଼ତାର ସହ ସାମୂହିକ ଭାବେ ଧ୍ୱଂସ କରିବାକୁ ହେବ । ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା ଦେଉଥିବା, ସମର୍ଥନ କରୁଥିବା କିମ୍ବା ସୁରକ୍ଷିତ ଆଶ୍ରୟ ଯୋଗାଇ ଦେଉଥିବା ଲୋକଙ୍କ ପାଇଁ କୌଣସି ସ୍ଥାନ ରହିବା ଉଚିତ ନୁହେଁ ।ଆତଙ୍କବାଦ କେବଳ ନିରୀହ ଲୋକଙ୍କ ଜୀବନ ନେଉନାହିଁ, ବରଂ ଶାନ୍ତି, ବିକାଶ, ବ୍ୟବସାୟ ଓ ନିବେଶକୁ ମଧ୍ୟ ବାଧା ପହଞ୍ଚାଉଛି ।

ଏହି ବୈଠକରେ ଆତଙ୍କବାଦ ସହ ଆର୍ଥିକ ସହଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ରାଜନାଥ। ୨୦୨୬ରୁ ୨୦୩୦ ପର୍ଯ୍ୟନ୍ତ ବହୁପକ୍ଷୀୟ ବାଣିଜ୍ୟ ଓ ଆର୍ଥିକ ସହଯୋଗ ପାଇଁ ପ୍ରସ୍ତୁତ କାର୍ଯ୍ୟଯୋଜନାକୁ ଭାରତ ସମର୍ଥନ କରିଛି। ଅଧିକ ସୁଦୃଢ଼ ଯୋଗାଣ ଶୃଙ୍ଖଳ, ବାଣିଜ୍ୟ ଓ ନିବେଶର ସୁବିଧା ଏବଂ ବିକାଶ ପାଇଁ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଉପରେ ସେ ଜୋର୍ ଦେଇଛନ୍ତି । ଏଥିସହ ତାସକେଣ୍ଟରେ ‘ୟୁନିଭର୍ସାଲ୍ ସେଣ୍ଟର’ ଓ ଦୁଶାନବେରେ ‘ଆଣ୍ଟି-ଡ୍ରଗ୍ ସେଣ୍ଟର’କୁ ଏସ୍‌ସିଓର ସ୍ଥାୟୀ ସଂସ୍ଥା ଭାବେ ଗଠନ କରିବା ନେଇ ବିଷ୍କେକ୍‌ରେ ନିଆଯାଇଥିବା ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking