31.1 C
Bhubaneswar
Tuesday, October 20, 2026
Homeଓଡିଶାକୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠିର ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ

କୋଟିଆ ପ୍ରସଙ୍ଗରେ ନବୀନଙ୍କ ଚିଠିର ଉତ୍ତର ରଖିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: କୋଟିଆରେ ଆନ୍ଧ୍ର ନିର୍ବାଚନ ପ୍ରସଙ୍ଗରେ ବିଭାଗସ୍ତରୀୟ ବୈଠକ ଡାକିଲେ ରାଜସ୍ବମନ୍ତ୍ରୀ। ରାଜସ୍ବମନ୍ତ୍ରୀ ସମ୍ବଲପୁରରୁ ଭିସି ମାଧ୍ୟମରେ ବୈଠକରେ ଯୋଡି ହୋଇଛନ୍ତି। ଏହି ବୈଠକରେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ, ଏସପି, ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ସହ ପୋଲିସ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ସାମିଲ ହୋଇଛନ୍ତି। ଏହାସହ ଆଇନ ସଚିବ, ଆଡଭୋକେଟ ଜେନେରାଲ ସହ ମଧ୍ୟ ଆଲୋଚନା ହେବ। ଆନ୍ଧ୍ର ଯେଉଁ ନୂଆ ହଟ୍ଟଚମଟ ପ୍ରସ୍ତୁତ କରିଛି ସେନେଇ କାଉଣ୍ଟର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଗରୁ ନିର୍ଦ୍ଦେଶ ଦିଆଯାଇଥିବା ରାଜସ୍ବମନ୍ତ୍ରୀ କହିଛନ୍ତି। ବୈଠକ ପରେ ବିରୋଧୀ ଦଳ ନବୀନଙ୍କ ଚିଠିକୁ ନେଇ ବର୍ଷିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଏହାସହ ଖୋଲା ବିତର୍କ ପାଇଁ ଆହ୍ବାନ ଦେଇଛନ୍ତି। ଗତ ୨୫ ବର୍ଷରେ ପୂର୍ବ ସରକାର କୋଟିଆ ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ବ ମନ୍ତ୍ରୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking