26.1 C
Bhubaneswar
Friday, November 27, 2026
Homeଦେଶ ବିଦେଶକୁଏତ୍‌ରେ ଡ୍ରୋନ୍‌ ଆକ୍ରମଣରେ ୨ ଇଟାଲୀୟଙ୍କ ମୃତ୍ୟୁ

କୁଏତ୍‌ରେ ଡ୍ରୋନ୍‌ ଆକ୍ରମଣରେ ୨ ଇଟାଲୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କୁଏତରେ ଗୁରୁବାର ଏକ ଡ୍ରୋନ୍ ଆକ୍ରମଣରେ ଏକ ବାୟୁ ପ୍ରତିରକ୍ଷା ପ୍ରଣାଳୀରେ କାର୍ଯ୍ୟ କରୁଥିବା ଦୁଇ ଇଟାଲୀୟ ଟେକ୍ନିସିଆନ୍‌ଙ୍କର ମୃତ୍ୟୁ ହୋଇଛି। କିଛି ମାସ ବ୍ୟବଧାନରେ ଉପସାଗରୀୟ ରାଜ୍ୟରେ ଏହା ପ୍ରଥମ ଘାତକ ଆକ୍ରମଣ ଥିଲା। ଇଟାଲୀ ଓ କୁଏତ ଉଭୟ ଟେକ୍ନିସିଆନଙ୍କ ମୃତ୍ୟୁକୁ ନିଶ୍ଚିତ କରି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି। ତେବେ ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚି ତାଙ୍କ କୁଏତ ଓ ଇଟାଲୀୟ ପ୍ରତିପକ୍ଷଙ୍କୁ ଫୋନ କରି ଏହି ଘାତକ ଆକ୍ରମଣ ପଛରେ ଇରାନର ହାତ ନାହିଁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଇରାନ ବିବାଦୀୟ ହର୍ମୁଜ ପ୍ରଣାଳୀର ନିୟନ୍ତ୍ରଣ ପାଇଁ ଆମେରିକା ସହିତ ଲଢ଼େଇ ଜାରି ରଖିଥିବାବେଳେ ଗତ ସପ୍ତାହରେ କୁଏତ ଓ ଉପସାଗରୀୟ ପଡ଼ୋଶୀ ବାହାରିନ ଉପରେ ଆକ୍ରମଣ ବୃଦ୍ଧି କରିଛି।

ଇଟାଲୀର ବୈଦେଶିକ ମନ୍ତ୍ରୀ ଆଣ୍ଟୋନିଓ ତାଜାନି ସିନେଟରେ କହିଛନ୍ତି ଯେ, ଇରାନରେ ନିର୍ମିତ ଅନେକ ଡ୍ରୋନ କୁଏତ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରିଥିଲେ, ଯେଉଁଥିରେ ଏକ ଏୟାର-ଡିଫେନ୍ସ ଡିଟେକ୍ସନ ଷ୍ଟେସନ ମଧ୍ୟ ଅନ୍ତର୍ଭୁକ୍ତ ଯେଉଁଠାରେ ରେନମେଟାଲର ଦୁଇଜଣ ଇଟାଲୀୟ ଟେକ୍ନିସିଆନ କାମ କରୁଥିଲେ। ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିଛନ୍ତି। କିନ୍ତୁ ଇରାନ ଏହି ଘାତକ ଆକ୍ରମଣ ପଛରେ ଥିବା ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking