ଭୁବନେଶ୍ୱର: ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପ ସଂପର୍କରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, କଟକ ଜିଲ୍ଲା ଅନ୍ତର୍ଗତ ପ୍ରାଚୀ ଡିଭିଜନ ଅଧୀନରେ ଗତ ତିନି ବର୍ଷ ମଧ୍ୟରେ ନଦୀବନ୍ଧ ସୁଦୃଢୀକରଣ ଓ ବନ୍ୟ ନିୟନ୍ତ୍ରଣ ପାଇଁ କେଉଁ କେଉଁ ପ୍ରଳ୍ପ ମଞ୍ଜୁର ହୋଇଥିଲା । କେତେ ଅର୍ଥ ବ୍ୟବରାଦ ହୋଇଥିଲା । ଉକ୍ତ ପ୍ରକଳ୍ପଗୁଡିକ ନିର୍ଦ୍ଧାରିତ ସମୟସୀମାରେ ସରିପାରିନାହିଁ । ନ୍ମ୍ମାନର କାମ ଯୋଗୁଁ ରାସ୍ତା ମଝିରେ ଗାତ ହୋଇଛି । ଏହି ଖବର ବିଭାଗ ପାଖରେ ପହଞ୍ଚିଛି କି , ଯଦି ଅଛି କେତେ ଜଣ ଠିକାଦାର ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତରରେ କହିଛନ୍ତିକଟକ ଜିଲ୍ଲା ଅନ୍ତର୍ଗତ ର୍ଗତ ପ୍ରାଚୀ ଡିଭିଜନ ଅଧୀନରେ ଗତ ତିନି ବର୍ଷ ମଧ୍ୟରେ ନଦୀବନ୍ଧ ସୁଦୃଢ଼ୀକରଣ, କେନାଲ ପୁନରୁଦ୍ଧାର ଓ ବନ୍ୟା ନିୟନ୍ତ୍ରଣ ନିମନ୍ତେ ମଞ୍ଜୁର ହୋଇଥିବା ବିଭିନ୍ନ ପ୍ରକଳ୍ପ ଏବଂ ସେଥିପାଇଁ ବ୍ୟୟବରାଦ ହୋଇଥିବା ଅର୍ଥରାଶିର ସବିଶେଷ ବିବରଣୀ “ପରିଶିଷ୍ଟ-କ” ରେ ସଂଲଗ୍ନ କରାଯାଇଛି।ଉକ୍ତ ଉକ୍ତ ପ୍ରକଳ୍ପଗୁଡ଼ିକ ମଧ୍ୟରୁ ସମୁଦାୟ ୪୭ଟି କାର୍ଯ୍ୟଗୁଡିକର ସମୟ ସମାପ୍ତି ଅବଧ୍ ବୃଦ୍ଧି ମଞ୍ଜୁର କରାଯାଇ କାର୍ଯ୍ୟ ସମାପନ କରା କରାଯାଇଅଛି । କୌଣସି କାର୍ଯ୍ୟ ଅସମ୍ପୂର୍ଣ୍ଣ ରହିଥିବା କିମ୍ବା ନିମ୍ନମାନର ହୋଇଥିବା ସମ୍ପର୍କରେ । ଏପର୍ଯ୍ୟନ୍ତ କୌଣସି ତଥ୍ୟ ଦୃଷ୍ଟିଗୋଚର ହୋଇନାହିଁ ।ଗୋଡ଼ିସାହିଠାରୁ ତଳମୁଣ୍ଡଳ ମୁଣ୍ଡଳୀ ପର୍ଯ୍ୟନ୍ତ ରାସ୍ତାଟି ପ୍ରବଳ ବର୍ଷା ଯୋଗୁଁ ରାସ୍ତାଟି ଜଳମଗ୍ନ ହୋଇ ରହିବା ଫଳରେ ରାସ୍ତା ତଳେ ଜଳ ଭୂଗର୍ଭସ୍ଥ ହୋଇ ନିମ୍ନଭାଗରେ ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ କ୍ଷତିଗ୍ରସ୍ତ ହେଉଛି। ଉକ୍ତ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ଭଗୁଡ଼ିକର ମରାମତି କାର୍ଯ୍ୟ ପର୍ଯ୍ୟାୟକ୍ରମେ ହାତକୁ ନିଆଯିବ ।










