ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ସତର୍କ ରହିବାକୁ ପଡିବ କହିଲେ ଗଞ୍ଜାମ ଜିଲ୍ଲାପାଳ ଭି. କାର୍ତ୍ତି ଭାସନ । ବାତ୍ୟା ସ୍ଥଳଭାଗ ସ୍ଥଳଭାଗ ଅତିକ୍ରମ କରିଥିଲେ ବି ସତର୍କ ରହିବାକୁ ହେବ । ଆଜି ଗଞ୍ଜାମ ପାଇଁ ଅରେଞ୍ଜ ୱାଣ୍ଣିଂ ଥିବାରୁ ସତର୍କ ରହିବାକୁ ହେବ । ପାତ୍ରପୁରରେ ସର୍ବାଧିକ ବର୍ଷା ହୋଇଛି । ସେହିପରି ୨ୟ ସର୍ବାଧିକ ବର୍ଷା ହିଞ୍ଜିଳିକାଟୁରେ ରହିଛି । ବାତ୍ୟା ପ୍ରଭାବରେ ଭୂସ୍ଖଳନ ଆଶଙ୍କା ରିହଛି, ପ୍ରଶାସନ ନଜର ରଖିଛି । ବିଭିନ୍ନ ଡ୍ୟାମ ଓ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି । କାଲି ପର୍ଯ୍ୟନ୍ତ ବାତ୍ୟା ଆଶ୍ରୟ ସ୍ଥଳ ଖୋଲା ରହିବ ।










