ଭୁବନେଶ୍ୱର: ତାରା ବାହିନୀପତିଙ୍କ ଧମକ ନେଇ ବିଧାୟକ ସନ୍ତୋଷ ଖଟୁଆ ପ୍ରତିକ୍ରିୟା ରଖି କହିଛନ୍ତି, କୋଟିଆ ଅଚଳରୁ କଂଗ୍ରେସର ଅଧିକ ବିଧାୟକ ରହିଛନ୍ତି । ୫୦ ବର୍ଷ ଭିତରେ କଂଗ୍ରେସ କଣ କରିଛି ଚିଠା ଦିଅନ୍ତୁ । ଟ୍ରିପଲ ଇଞ୍ଜିନ ସରକାରରେ କୋଟିଆ ବିକାଶ ପାଇଁ ପଦ କ୍ଷେପ ନିଆଯାଇଛି । ଦଳୀୟ ରାଜନୀରୁ ଉର୍ଦ୍ଧ୍ୱରେ ରହି ଗମ୍ଭୀରତାର ସହ ଆଲୋଚନା କରିବା ଆବଶ୍ୟକ । କୋଟିଆ ପ୍ରସଙ୍ଗକୁ ନେଇ ତାରା ବାହିନୀପତି ଚରମ ଚେତାବନୀ ଦେଇଛନ୍ତି । କହିଛନ୍ତି , କୋଟିଆ ପ୍ରସଙ୍ଗ ଆଲୋଚନା ନ ହେଲେ ଗୃହରେ ଆତ୍ମାହୁତି ଦେବି । କୋଟିଆକୁ ନେଇ ସ୍ୱତନ୍ତ୍ର ଆଲୋଚନା ହେବାକୁ ଦାବି କରିଛନ୍ତି ବିଧାୟକ ତାରା ପ୍ରସାଦ । ଓଡିଶାର ୫୦ ଗାଁରୁ ଆନ୍ଧ୍ର ମାଡି ବସିଲାଣି, କୋଟିଆ ଆମର ମା’ ମାଟି । ରାଜସ୍ୱ ମନ୍ତ୍ରୀ ଆଲୋଚନା ପାଇଁ ପ୍ରସ୍ତୁତ , କିନ୍ତୁ ସରକାର ପଛଘୁଞ୍ଚା ଦେଉଛନ୍ତି । ତେବେ କୋଟିଆ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । କଂଗ୍ରେସ କୋଟିଆ ବିବାଦକୁ ନେଇ ଗୃହରେ ଆଲୋଚନା ପାଇଁ ଦାବି କରି ସରକାରଙ୍କୁ ଘେରିଛି ।










