24.1 C
Bhubaneswar
Thursday, November 26, 2026
Homeଓଡିଶା'ଏମ୍.ଏମ୍.ଡି.ଆର୍'ସଂଶୋଧନ ଆଇନ ଲାଗୁ ପରେ ରାଜ୍ୟ ସରକାର ଆକଳନ କରିବେ

‘ଏମ୍.ଏମ୍.ଡି.ଆର୍’ସଂଶୋଧନ ଆଇନ ଲାଗୁ ପରେ ରାଜ୍ୟ ସରକାର ଆକଳନ କରିବେ

ଭୁବନେଶ୍ୱର : ଖଣିଜ ଅଧିକାର ଉପରେ ରାଜସ୍ୱ ଆଦାୟ ପ୍ରସଙ୍ଗରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଇସ୍ପାତ ଓ ଖଣି ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ଯେ ଖଣିଜ ଅଧିକାର ଏବଂ ଖଣିଜ ସମ୍ପନ୍ନ ଭୂମି ଉପରେ ଟିକସ/ସେସ୍ (cess) ସମ୍ବନ୍ଧୀୟ ୨୦୨୪ ସୁପ୍ରିମକୋର୍ଟଙ୍କ ରାୟ ପରେ, ୧ ଅପ୍ରେଲ ୨୦୦୫ ଠାରୁ ବକେୟା ରାଶି ସମେତ, ଓଡ଼ିଶା କେତେ ପରିମାଣର ରାଜସ୍ୱ ଆଦାୟ କରିବ ବୋଲି ଆଶା କରାଯାଉଥିଲା; (ଖ) ରାଜ୍ୟ ସ୍ତରୀୟ ଏଭଳି କର ବ୍ୟବସ୍ଥାକୁ ସୀମିତ କରୁଥିବା ‘ଏମ୍.ଏମ୍.ଡି.ଆର୍.’ (MMDR) ଆଇନ ସଂଶୋଧନ ପରେ, ଓଡ଼ିଶାର ବାର୍ଷିକ ଏବଂ ମୋଟ ରାଜସ୍ୱ କ୍ଷତିର ଆକଳନ କେତେ? ସଂଶୋଧିତ ବ୍ୟବସ୍ଥା ଅଧୀନରେ ଓଡ଼ିଶା କେତେ ରାଜସ୍ୱ ପାଇବ, ସେ ନେଇ କେନ୍ଦ୍ର ସରକାର ଓଡ଼ିଶାକୁ କୌଣସି ଲିଖିତ ପ୍ରତିଶ୍ରୁତି କିମ୍ବା ରାଜ୍ୟ-ନିର୍ଦ୍ଦିଷ୍ଟ ହିସାବ ପ୍ରଦାନ କରିଛନ୍ତି କି? ଯଦି ରାଜସ୍ୱରେ କୌଣସି ଅଭାବ (shortfall) ଦେଖାଦିଏ, ତେବେ ଏହି କ୍ଷତି ଭରଣା କରିବା ପାଇଁ ରାଜ୍ୟ ସରକାରଙ୍କ ଯୋଜନା କ’ଣ?

ଉତ୍ତରରେ ଶ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା ‘ଏମ୍.ଏମ୍.ଡି.ଆର୍.’ (MMDR) ସଂଶୋଧନ ଆଇନ ସମ୍ବନ୍ଧୀୟ ନିୟମାବଳୀ ପ୍ରଣୟନ କରାଯିବା ଏବଂ ସେଥିରେ ଥିବା ସର୍ତ୍ତ କିମ୍ବା କଟକଣାଗୁଡ଼ିକ ଲାଗୁ ହେବା ପରେ, ଖଣି ରାଜସ୍ୱ ଉପରେ ଏହି ସଂଶୋଧନର ପ୍ରଭାବ ସମ୍ପର୍କରେ ରାଜ୍ୟ ସରକାର ଆକଳନ କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking