ଭୁବନେଶ୍ୱର: ବାଲିଘାଟ ପାଇଁ ନିଲାମ ପ୍ରସଙ୍ଗରେ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଉତ୍ତର ରଖି କହିଛନ୍ତି, ଆଦ୍ୟାବଧି କଟକ ଜିଲ୍ଲାରେ ମୋଟ ୩୨ଟି ବାଲିଘାଟ ନିଲାମ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରାଯାଇଛି । କୌଣସି ବେଆଇନ ବାଲିଘାଟ ପରିଚାଳନା ସମ୍ପର୍କିତ ମାମାଲା ଉକ୍ତ ବିଭାଗର ଦୃଷ୍ଟିଗୋଚରକୁ ଆସିନାହିଁ । ଦୃଷ୍ଟି ଗୋଚର ହେଲେ ପ୍ରବର୍ତ୍ତନମୂଳକ ପଦକ୍ଷେପ ନିଆଯିବ । ବାଲିର ବେଆଇନ ଉତ୍ତୋଳନ କିମ୍ବା ବେଆଇନ ବୈଧ ପରିବହନର ଅନୁମତିରେ ଚାଲାଣ ହେଉଥିବା ଘଟଣା ଦୃଷ୍ଟିଗୋଚର ହେଲେ ଖଣି ଅଧିକାରୀ ଓ ଅନ୍ୟାନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ଦ୍ୱାରା ଯାଞ୍ଚ ଚଢାଉ ଏବଂ ଆଇନ ଅନୁଯାୟୀ, ଜରିମାନା ଆଦାୟ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ହସ୍ତଲିଖନ ଚାଲାଣ ବ୍ୟବସ୍ଥା ପରିବର୍ତ୍ତେ ଆଇଫୋରଏମଏସ ପୋର୍ଟାଲ ମାଧ୍ୟମରେ ଅନଲାଇନ ଇ- ଟ୍ରାନଜିଟ ପାସ ପ୍ରଦାନର ବ୍ୟବସ୍ଥା କରାଯାଇଛି । ବାଲିଘାଟରେ ହେଉଥିବା କାର୍ଯ୍ୟକଳାପ ଉପରେ ନଜର ରଖିବା ଏବଂ ନିୟନ୍ତ୍ରଣ କରିବା ନିମେନ୍ତେ ଖଣିଧାରୀଙ୍କୁ ନିଜ ନିଜ ବାଲିଘାଟ ପରିସରରେ ସିସିଟିଭି କ୍ୟାମେରା ଲଗାଇକୁ ନିର୍ଦ୍ଦେଶ ଦିଆଯାଇଛି । ଦିନ ୭ଟାରୁ ରାତି ୯ ଟା ମଧ୍ୟରେ ବାଲି ପରିବହନ ନ କରିବା ନିମନ୍ତେ ନିର୍ଦ୍ଦେଶ ଜାରି କରାଯାଇଛି । ବେଆଇନ ବାଲି ଚୋରା ଚାଲାଣ ରୋକିବା ପାଇଁ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ସହିତ ଉପଖଣ୍ଡ ଓ ତହସିଲସ୍ତରୀୟ କମିଟି ଗଠନ କରାଯାଇଛି ।ଓଡ଼ିଶା ମାଇନର ମିନେରାଲ୍ କନସେସନ୍ ରୁଲ୍ସ ୨୦୧୬ର ନିୟମ ୩୯ ଅନୁଯାୟୀ କଟକ ଜିଲ୍ଲାର ମୋଟ ୪ଟି ବାଲି ଉତ୍ସକୁ ୧୦ ବର୍ଷ ଅବଧୂ ପାଇଁ ଓଡ଼ିଶା ଖଣି ଖଣି ନିଗମ (OMC) ସପକ୍ଷରେ ସଂରକ୍ଷିତ କରାଯାଇଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଲିଜ୍ ଚୁକ୍ତିନାମା ସମ୍ପାଦନ କରାଯାଇନାହିଁ ।ଓଡ଼ିଶା ମାଇନର ମିନେରାଲ୍ କନସେସନ୍ ରୁଲ୍ଡ ୨୦୧୬ ଏବଂ ଏହାର ସମୟାନୁସାରେ ସଂଶୋତ ପ୍ରାବଧାନଗୁଡ଼ିକ ଅନୁଯାୟୀ, ନିଲାମ ପ୍ରକ୍ରିୟା ବ୍ୟତୀତ ସାଧାରଣ ବାଲିଘାଟଗୁଡ଼ିକୁ ସିଧାସଳଖ ଲିଜ୍ ପ୍ରଦାନ କରିବା ନିମନ୍ତେ କୌଣସି ସାଧାରଣ ପ୍ରାବଧାନ ନାହିଁ I









