23.1 C
Bhubaneswar
Sunday, November 22, 2026
Homeଓଡିଶାଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ଲକ୍ଷ୍ମୀନାରାୟଣ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ସାକ୍ଷୀଗୋପାଳ

ପୁରୀ: କାର୍ତ୍ତିକ ମାସ ଶୁକ୍ଲପକ୍ଷ ବଡ଼ ଏକାଦଶୀ ତଥା ଦେବ ଉତ୍ଥାପନ ଏକାଦଶୀ ତିଥିରେ ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କ ଲକ୍ଷ୍ମୀନାରାୟଣ ବେଶ ସହିତ ଶ୍ରାରାଧାଙ୍କ ସୁନାବେଶ ଦର୍ଶନ ପାଇଁ ଶନିବାର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଠାକୁରଙ୍କ ଭୋଗଲାଗି କରିବାକୁ ମନ୍ଦିର ବେଢ଼ାରେ ଚୁଡାଘସା ମହକ ସାଙ୍ଗକୁ ଶହଶହ ସଂକୀର୍ତ୍ତନ ମଣ୍ଡଳୀଙ୍କ ହରିନାମ ସଂକୀର୍ତ୍ତନରେ ଆଧ୍ୟାତ୍ମିକମୟ ପରିବେଶ ସୃଷ୍ଟି ହୋଇଥିଲା। ପୂବର୍ରାତ୍ର ୧ ଟାରୁ ମନ୍ଦିର ଦ୍ୱାର ଖୋଲା, ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ, ଲକ୍ଷ୍ମୀ ନାରାୟଣ ବେଶ, ସୂର୍ଯ୍ୟ ପୂଜା, ଦାରପାଳ ପୂଜା, ବଲ୍ଲଭ, ସକାଳ ଧୂପ,ବାଳଧୁପ ଓ ଆଳତି ଦେବନୀତି ପରେ ସକାଳ ୬ ଟାରୁ ସାହଣମେଲା ଦର୍ଶନ ଆରମ୍ଭ ହୋଇଥିଲା।

ମନ୍ଦିର ସମ୍ମୁଖରେ ଧାଡ଼ ବାନ୍ଧି ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଅଗ୍ନିଶମ କର୍ମଚାରୀଙ୍କ ସହିତ ମନ୍ଦିର ବେଢ଼ାରେ ଦିପଷ୍ଟାଣ୍ଡ ନିକଟରେ ଅଗ୍ନି ନିରାପତ୍ତା ସହ ଧାଡ଼ିରେ ଶ୍ରଦ୍ଧାଳୁମାନଙ୍କୁ ଜଳ ସିଞ୍ଚନ କରିଥିଲେ। ନୂଆଚୁଡାରେ ଚୁଡାଘସା, ଖିର କଦଳୀ ଚକଟା ପ୍ରସ୍ତୁତ କରି ଠାକୁରଙ୍କୁ ଅର୍ପଣ କରି ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking