27.1 C
Bhubaneswar
Thursday, November 26, 2026
Homeଓଡିଶାଡିସେମ୍ବର ୪ରୁ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଡିସେମ୍ବର ୪ରୁ ବିଧାନସଭା ଘେରିବେ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉପରେ ବଢ଼ିଲା ପ୍ରାଥମିକ ଶିକ୍ଷକଙ୍କ ଅସନ୍ତୋଷ । ଦୀର୍ଘ ୧୧ ମାସ ଧରି ପ୍ରତିଶ୍ରୁତି ଓ ଅପେକ୍ଷା ସତ୍ତ୍ୱେ ଦୁଇ ଦଫା ଦାବି ପୂରଣ ହୋଇନଥିବା ଅଭିଯୋଗ କରିଛି ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ । ଏହାର ପ୍ରତିବାଦରେ ଆସନ୍ତା ଡିସେମ୍ବର ୪ରୁ ବିଧାନସଭା ସମ୍ମୁଖରେ ମିଳିତ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଂଘ ।ଶିକ୍ଷକଙ୍କ ମୁଖ୍ୟ ଦାବି ମଧ୍ୟରେ ରହିଛି ମୂଳ ପଦବୀର ଗ୍ରେଡ୍ ଅପଗ୍ରେଡ୍ କରି ଲେଭଲ୍-୯ ଅନୁଯାୟୀ ୩୫ ହଜାର ୪୦୦ ଟଙ୍କା ମୂଳ ବେତନ ପ୍ରଦାନ । ଏହାସହ ୨୦୦୧ ମସିହାରୁ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକଙ୍କ ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହ ନୋସନାଲ୍ ଇନ୍‌କ୍ରିମେଣ୍ଟ ପ୍ରଦାନ କରିବାକୁ ଦାବି ହୋଇଛି ।ମହାସଂଘର ଅଭିଯୋଗ ଅନୁସାରେ, ଗତବର୍ଷ ଡିସେମ୍ବର ୫ରୁ ଦାବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ଜାରି ରହିଛି । ତଥାପି ଏଯାଏଁ କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ ।ନଭେମ୍ବର ଶେଷ ସୁଦ୍ଧା ଦାବି ପୂରଣ ନହେଲେ ଡିସେମ୍ବର ୪ରୁ ରାଜ୍ୟର ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହାସଂଘ ସ୍ପଷ୍ଟ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking