27.1 C
Bhubaneswar
Thursday, November 26, 2026
Homeଓଡିଶାଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ ତାରା

ଆତ୍ମାହୁତି ନିଷ୍ପତ୍ତିରୁ ଓହରିଲେ ତାରା

ଭୁବନେଶ୍ୱର: ବିଧାନସଭାରେ ଆତ୍ମାହୁତି ଦେବା ନିଷ୍ପତ୍ତିରୁ ଓହରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । କୋଟିଆ ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସୁଯୋଗ ମିଳିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ।ଗତକାଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ ବାଚସ୍ପତି ତାରା ବାହିନୀପତିଙ୍କୁ କୋଟିଆ ପ୍ରସଙ୍ଗରେ ମତ ରଖିବାକୁ ସୁଯୋଗ ଦେଇଥିଲେ। ଏଥିପାଇଁ ତାଙ୍କୁ ଅତିରିକ୍ତ ୪୫ ମିନିଟ୍ ସମୟ ମିଳିଥିଲା ।ଏହା ପୂର୍ବରୁ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ସମୟରେ କୋଟିଆ ପ୍ରସଙ୍ଗ ଉଠାଇବାକୁ କଂଗ୍ରେସ ବିଧାୟକ ଦଳ ନେତା ସମ୍ମତି ପାଇଥିଲେ । ବାଚସ୍ପତି ଏହି ପ୍ରତିଶ୍ରୁତି ପାଳନ କରିଥିବାରୁ ଆତ୍ମାହୁତି ନିଷ୍ପତ୍ତିରୁ ଓହରିଥିବା କହିଛନ୍ତି ତାରା ବାହିନୀପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking