କଟକ: ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ବିଦ୍ୟା ଭାରତୀ ପଣ୍ଡା । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ହାଇକୋର୍ଟରେ ଜାମିନ ଆବେଦନ କରିଛନ୍ତି । ପତ୍ନୀ ବିଦ୍ୟାଭାରତୀ ବର୍ତ୍ତମାନ ଜାମିନ ଆବେଦନ କରିଛନ୍ତି । ଗତ ୧୮ ତାରିଖରେ ପାରଳାଖେଣୁଣ୍ଡି ଅତିରିକ୍ତ ଦୌରାଜଜ ଅଦାଲତରେ ବିଦ୍ୟାଭାରତୀଙ୍କର ଜାମିନ ଆବେଦନ ଖାରଜ କରିଥିଲେ । ସେହିପରି ଅକ୍ଟୋବର ୩୧ ତାରିଖରେ ଆଗୁଆ ଜାମିନ ପାଇଁ ଆବେଦନ ହାଇକୋର୍ଟରେ କରିଥିଲେ । ହାଇକୋର୍ଟ କିନ୍ତୁ ତାଙ୍କ ଜମିନ ଆବେଦନକୁ ଖାରଜ କରିଥିଲେ । ଏହାପରେ ସେ ପାରଳାଖେମୁଣ୍ଡି କୋର୍ଟରେ ଆତ୍ମ ସମର୍ପଣ କରିଥିଲେ ।










