23.1 C
Bhubaneswar
Friday, November 27, 2026
Homeଓଡିଶା୧୫୦୦ ଟଙ୍କା ବଢ଼ିଲା ସୁନା: ଆଗକୁ ଆହୁରି ବଢିବା ନେଇ ବିଶେଷଜ୍ଞଙ୍କ ଆକଳନ

୧୫୦୦ ଟଙ୍କା ବଢ଼ିଲା ସୁନା: ଆଗକୁ ଆହୁରି ବଢିବା ନେଇ ବିଶେଷଜ୍ଞଙ୍କ ଆକଳନ

ଭୁବନେଶ୍ୱର : ସୁନା ଦରରେ ଦେଖାଦେଇଛି ଅସ୍ଥିରତା । ଗୁରୁବାର ଏହି ଧାତୁ ସାମାନ୍ୟ ମହଙ୍ଗା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୧୫୨୦ ଟଙ୍କା ଏବଂ ୧୪୦୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଉଭୟ ଯଥାକ୍ରମେ ୧,୧୪,୪୦୦ ଟଙ୍କା ଏବଂ ୧,୨୪,୮୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୧.୬୫ ଲକ୍ଷ ଟଙ୍କାରେ ଅପରିବର୍ତ୍ତିତ ରହିଥିବା ଜଣାପଡ଼ିଛି ।ବିଶେଷଜ୍ଞଙ୍କ କହିବାନୁସାରେ, ଲଗାତର ଦର ଖସିବା ଫଳରେ ଏବେ ଲୋକେ ବଡ଼ ଆକାରରେ ସୁନା ଏବଂ ରୁପା କିଣୁଛନ୍ତି । ଫଳରେ ଆଗାମୀ ଦିନରେ ଧାତୁ ଦ୍ୱୟର ଦର ବଢ଼ିପାରେ । ବର୍ତ୍ତମାନ ସ୍ଥିତିରେ ଏକାବେଳେ ନ କିଣି ପର୍ଯ୍ୟାୟ ଭିତ୍ତିରେ ସୁନା କିଣିବା ପାଇଁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ । ସୂଚନାଯୋଗ୍ୟ, ସମ୍ପ୍ରତି ସୁନା ଏହାର ରେକର୍ଡ ସ୍ତରରୁ ପ୍ରାୟ ୩୦% ଶସ୍ତା ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking