କଟକ: କଟକ ବାଲିଯାତ୍ରାରେ ବଡ ଅଘଟଣ । ଦୋଳିରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଦୋଳିରୁ ଖସିପଡିବା ପରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଗୁରୁତର ଯୁବକଙ୍କୁ ତୁରନ୍ତ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ଯୁବକ ଆଖି ବୁଜିଛନ୍ତି । ଅନ୍ୟ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି । ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ । ବାଲିଯାତ୍ରା ଭଳି ଜନଗହଳିପୂର୍ଣ୍ଣ ମେଳାରେ ଏଭଳି ଅଘଟମ ଦର୍ଶକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିଛି । ଏତେ ବଡ଼ ମେଳାରେ ଦୋଳିର ସୁରକ୍ଷା ଯାଞ୍ଚ କିପରି ହେଉଛି ଏବଂ ଏଭଳି ଅଘଟଣ ରୋକିବା ପାଇଁ କି ବ୍ୟବସ୍ଥା ରହିଛି, ତାହା ଏବେ ଚର୍ଚ୍ଚାର ବିଷୟ ।










