23.1 C
Bhubaneswar
Friday, November 27, 2026
Homeଓଡିଶା୫.୩ ମିଲିୟନ ଟନ୍ ବଦଳରେ ୩.୧ ମିଲିୟନ ଟନ୍ ସମ୍ପ୍ରସାରଣ! ବଳକା ଜମି ଫେରସ୍ତ ଦାବି...

୫.୩ ମିଲିୟନ ଟନ୍ ବଦଳରେ ୩.୧ ମିଲିୟନ ଟନ୍ ସମ୍ପ୍ରସାରଣ! ବଳକା ଜମି ଫେରସ୍ତ ଦାବି କଲା ହିନ୍ଦ ମଜଦୂର ସଭା

ରାଉରକେଲା: ରାଉରକେଲା ଇସ୍ପାତ କାରଖାନାର ୫.୩ ମିଲିୟନ ଟନ୍ ଇସ୍ପାତ ଉତ୍ପାଦନ କ୍ଷମତା ସମ୍ପ୍ରସାରଣ ପାଇଁ ପ୍ରାୟ ୩୦ ହଜାର କୋଟି ଟଙ୍କା ବ୍ୟୟର ଯୋଜନା କରାଯାଇଥିବା ବେଳେ ଏଥିପାଇଁ ଆବଶ୍ୟକ ଜମି ମଧ୍ୟ ଅଧିଗ୍ରହଣ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଏହି ସମ୍ପ୍ରସାରଣ ଯୋଜନା ୩.୧ ମିଲିୟନ ଟନ୍‌ରେ ସୀମିତ ରହିବାକୁ ଯାଉଥିବା ନେଇ ହିନ୍ଦ ମଜଦୂର ସଭା ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ୩.୧ ମିଲିୟନ ଟନ୍ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଜମି ରଖି ଅବଶିଷ୍ଟ ଜମି ଫେରସ୍ତ କରିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାକୁ ସଂଗଠନ ଦାବି କରିଛି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ରାଉରକେଲା ଇସ୍ପାତ କାରଖାନାର ୫.୩ ମିଲିୟନ ଟନ୍ ସମ୍ପ୍ରସାରଣ ଯୋଜନାକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ସ୍ଥାନୀୟ ଆଦିବାସୀ ଓ ଅଧିବାସୀଙ୍କ ମଧ୍ୟରେ ନିଯୁକ୍ତିର ଆଶା ସୃଷ୍ଟି ହୋଇଥିଲା। ବିଶେଷକରି ବିଶ୍ରା, ନୂଆଗାଁ, ବୀରମିତ୍ରପୁର, କାଂସବାହାଲ, ରାଜଗାଙ୍ଗପୁର, ଲାଠିକଟା ଓ ବଣେଇ ଅଞ୍ଚଳର ଲୋକମାନେ ଏହି ପ୍ରକଳ୍ପ ମାଧ୍ୟମରେ ନିଯୁକ୍ତି ପାଇବା ଆଶା ରଖିଥିଲେ। ଏହି ଅଞ୍ଚଳରୁ ବହୁ ଲୋକ ଜୀବିକା ଅନ୍ୱେଷଣରେ ଦୂରଦୂରାନ୍ତକୁ ଦାଦନ ଖଟିବାକୁ ଯାଉଥିବାରୁ ଏହି ସମ୍ପ୍ରସାରଣ ଯୋଜନା ସେମାନଙ୍କ ପାଇଁ ଆଶାର କିରଣ ଥିଲା।

କିନ୍ତୁ ସଂଗଠନର ଅଭିଯୋଗ ଅନୁଯାୟୀ, ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୫.୩ ମିଲିୟନ ଟନ୍ ସମ୍ପ୍ରସାରଣ ପରିବର୍ତ୍ତେ ଏହା ୩.୧ ମିଲିୟନ ଟନ୍‌ରେ ସୀମିତ ରହିବ। ଏଥିସହ ୩.୧ ମିଲିୟନ ଟନ୍ ସମ୍ପ୍ରସାରଣ ପାଇଁ MECON ପକ୍ଷରୁ ପ୍ଲାନିଂ ଓ ଅନୁମୋଦିତ ଡ୍ରଇଂ ଇସ୍ପାତ କାରଖାନାକୁ ପ୍ରଦାନ କରାଯାଇସାରିଛି ବୋଲି ସଂଗଠନ ଦାବି କରିଛି।

ଏପରି ସ୍ଥିତିରେ ଆବଶ୍ୟକତାଠାରୁ ଅଧିକ ଅଧିଗ୍ରହଣ କରାଯାଇଥିବା ଜମିକୁ ମୂଳ ଜମି ମାଲିକଙ୍କୁ ଫେରସ୍ତ କରିବାକୁ ସଂଗଠନ ଦାବି ଉଠାଇଛି। ଜମି ହରାଇବା ପରେ ମଧ୍ୟ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନମିଳିଲେ ବେରୋଜଗାରୀ ଓ ଦାଦନ ସମସ୍ୟା ଆହୁରି ବଢ଼ିବ ବୋଲି ସଂଗଠନ ଆଶଙ୍କା ପ୍ରକାଶ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking