ଯାଜପୁର: ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଏହି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ଡାଳିଯୋଡ଼ା ବନାଞ୍ଚଳ ଅନ୍ତର୍ଗତ ବନ୍ଧପଲ୍ଲୀ ଗାଁରେ । ଆଜି ସକାଳୁ ୬୦ ବର୍ଷୀୟ ଜଗନ୍ନାଥ ରାଉତ ଘରୁ ଉଠି ବାହାରକୁ ଆସିବା ସମୟରେ ହଠାତ ଘର ନିକଟରେ ଛିଡା ହୋଇଥିବା ଏକ ହାତୀ ଆକ୍ରମଣ କରିଥିଲା । ନିକଟରେ ଥିବା ଜଙ୍ଗଲରୁ ହାତୀ ଖାଦ୍ୟ ଅନ୍ବେଷଣରେ ଆସିଥିବା ବେଳେ ଜଗନ୍ନାଥ ତାର ହାବୁଡ଼ରେ ପଡ଼ିଯାଇଥିଲେ ।ହାତୀ ଆକ୍ରମଣରେ ଜଗନ୍ନାଥଙ୍କ ମୃତ୍ୟୁ ଘଟିଛି । ଖବର ପାଇ ବନ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ମୃତ ଦେହ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଛନ୍ତି ।










