31.1 C
Bhubaneswar
Friday, October 23, 2026
Homeଓଡିଶାଆଜି ବଙ୍ଗୋପସାଗରରେ ଲଘୁଚାପ: ୨୫ରେ ଅବପାତ !

ଆଜି ବଙ୍ଗୋପସାଗରରେ ଲଘୁଚାପ: ୨୫ରେ ଅବପାତ !

ଭୁବନେଶ୍ୱର: ବଙ୍ଗୋପସାଗରରେ ପୁଣି ଏକ ବଡ଼ ଧରଣର ପାଣିପାଗ ଗତିବିଧି ଆରମ୍ଭ ହୋଇଛି । ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ଦ୍ୱୀପପୁଞ୍ଜ ନିକଟରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ କ୍ରମଶଃ ଶକ୍ତି ସଂଗ୍ରହ କରୁଛି । ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ଆକଳନ ଅନୁସାରେ, ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଜି ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ପୂର୍ଣ୍ଣ ସମ୍ଭାବନା ରହିଛି ।ସମୁଦ୍ର ମଧ୍ୟରେ ଅନୁକୂଳ ପରିବେଶ ଏବଂ ପର୍ଯ୍ୟାପ୍ତ ଆର୍ଦ୍ରତା ପାଇ ଏହି ସିଷ୍ଟମ୍ ଦ୍ରୁତ ଗତିରେ ଘନୀଭୂତ ହେଉଛି । ଆସନ୍ତା ୨୫ ଅକ୍ଟୋବର ସକାଳ ସୁଦ୍ଧା ଏହା ଅଧିକ ଶକ୍ତିଶାଳୀ ହୋଇ ଅବପାତ ରୂପ ନେଇପାରେ । ସମୁଦ୍ରର ଉପରିଭାଗ ଉତ୍ତପ୍ତ ଥିବାରୁ ଏହା ଅଳ୍ପ ସମୟ ମଧ୍ୟରେ ବଳ ଗୋଟାଇ ଆଗକୁ ବଢ଼ିବା ନେଇ ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଫଳରେ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି ।

ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି, ଅବପାତରେ ପରିଣତ ହେବା ପରବର୍ତ୍ତୀ ତିନି ଦିନ ମଧ୍ୟରେ ଏହା ଆହୁରି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ଗଭୀର ଅବପାତ ହୋଇ ପରିଶେଷରେ ଭୟଙ୍କର ବାତ୍ୟାର ରୂପ ନେବ କି ନାହିଁ, ତାହା ଉପରେ ଏବେ ସାରା ଦେଶର ନଜର ରହିଛି । ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ପୂର୍ବ ରେକର୍ଡ ଥିବାରୁ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଉତ୍କଣ୍ଠା ବୃଦ୍ଧି ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking