ନୂଆଦିଲ୍ଲୀ: ଟ୍ରେନ୍ରେ ଯାତ୍ରା କରିବା ସମୟରେ ମୋବାଇଲ୍ ସ୍ପିକରରେ ଜୋର୍ରେ ଗୀତ ବଜାଇଲେ ଏଣିକି ଗଣିବାକୁ ପଡ଼ିପାରେ ଜରିମାନା । ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ମହଙ୍ଗା ପଡ଼ିପାରେ ଟ୍ରେନ୍ରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଦକ୍ଷିଣ ରେଳବାଇ ନିଜର ସମସ୍ତ ଡିଭିଜନ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ମୋବାଇଲ୍ରେ ଉଚ୍ଚ ସ୍ୱରରେ ଗୀତ ବଜାଇବା କିମ୍ବା ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିବା ଭଳି ଘଟଣାରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରିପୋର୍ଟ ଅନୁସାରେ, ଟ୍ରେନ୍ ଭିତରେ ମୋବାଇଲ୍ ସ୍ପିକରରେ ଜୋର୍ରେ ଗୀତ, ରିଲ୍ସ କିମ୍ବା ଭିଡିଓ ଚଲାଇ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇଲେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏଥିସହ ଫୋନ୍ରେ ଅତ୍ୟଧିକ ଉଚ୍ଚ ସ୍ୱରରେ କଥା ହେବା ନେଇ ମଧ୍ୟ ଅଭିଯୋଗ ହେଲେ ପଦକ୍ଷେପ ନିଆଯାଇପାରେ।ଏଭଳି ଘଟଣାରେ ରେଳ ଆଇନର ଧାରା ୧୪୫(୨) ଅନୁଯାୟୀ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି।ଜନ ବିଶ୍ୱାସ ଆଇନ ଅଧୀନରେ ସଂଶୋଧିତ ନିୟମ ଜୁନ୍ ୧୯ରୁ ଲାଗୁ ହୋଇଛି । ଟ୍ରେନ୍ କିମ୍ବା ରେଳ ଷ୍ଟେଶନ୍ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଶାନ୍ତି ଭଙ୍ଗ କରିବା ଭଳି ଘଟଣାରେ ୧,୦୦୦ ଟଙ୍କା ଜରିମାନା ହୋଇପାରେ।










