28.1 C
Bhubaneswar
Monday, October 19, 2026
Homeଦେଶ ବିଦେଶହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ଛାତିରେ ସଂକ୍ରମଣ ଯୋଗୁଁ ଗତ ଅକ୍ଟୋବର ୧୬ ତାରିଖରେ ତାଙ୍କୁ ନୂଆଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୋମବାର ହସ୍ପିଟାଲ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯୮ ବର୍ଷୀୟ ଆଡଭାନୀ ହସ୍ପିଟାଲରେ ନ୍ୟୁରୋଲୋଜି ବିଭାଗର ବରିଷ୍ଠ ପରାମର୍ଶଦାତା ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବାରୁ ତାଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି ।

ଭାରତୀୟ ରାଜନୀତିରେ ଲାଲକୃଷ୍ଣ ଆଡଭାନୀଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଜେପିର ଅନ୍ୟତମ ବରିଷ୍ଠ ନେତା ଭାବେ ସେ ଦୀର୍ଘ ଦଶନ୍ଧି ଧରି ଦେଶର ରାଜନୈତିକ କ୍ଷେତ୍ରରେ ସକ୍ରିୟ ରହିବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ଡିସଚାର୍ଜ ଖବର ପ୍ରକାଶ ପାଇବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ରହିଥିବା ଚିନ୍ତା ଦୂର ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking