ନୂଆଦିଲ୍ଲୀ: ବିରେଧୀ ଦଳର ଏସ୍ଆଇଆର ଏବଂ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଆନ୍ଦୋଳନ ମଧ୍ୟରେ ବାଂଲାଦେଶ ପ୍ରସଙ୍ଗ ନୂଆ ବିବାଦ ଛିଡ଼ା କରିଛି। ବିଜେପି ଏହାକୁ ବଡ଼ ଷଡ଼ଯନ୍ତ୍ରର ଅଂଶବିଶେଷ କହିଛି। ଏହାରି ମଧ୍ୟରେ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଭାରତ ନା ବାଂଲାଦେଶ ନା ଫ୍ରାନ୍ସ। ତୁଳନା କରିବା ଠିକ୍ ନୁହେଁ।
ତିରୁବନନ୍ତପୁରମରୁ କଂଗ୍ରେସ ସାଂସଦ ଶଶି ଥରୁର କହିଛନ୍ତି, ଫ୍ରାନ୍ସରେ ଯେଉଁ ହିଂସା ଦେଖାଯାଇଛି, ବସ୍ ଏବଂ ପୁଲିସ ଥାନାରେ ନିଆଁ ଲଗାଇବା, ଆମେ କୌଣସି ହିଂସାକୁ ସମର୍ଥନ କରୁନାହୁଁ। ଆମେ କେବଳ ଶାନ୍ତିପୂର୍ଣ୍ଣ ବିରୋଧରେ ବିଶ୍ବାସ କରୁ। ମୁଁ ମଧ୍ୟ ଏହିଭଳି ବିରୋଧ ପ୍ରଦର୍ଶନରେ ଅଂଶଗ୍ରହଣ କରିଛି ଏବଂ ମୁଁ ଭାବୁଛି ଯେ, ବିରୋଧୀମାନେ ସାଧାରଣତଃ ଏହିଭଳି ଭାବେ ବିରୋଧର ସମର୍ଥନ କରିଥାନ୍ତି।










